fbpx

କରୋନା ବଦଳାଇଲା ରୂପ: ଦ୍ୱିତୀୟ ଲହରରେ ଅଧିକ ଶିକାର ହେଉଛନ୍ତି ମହିଳା

ହାଇଦ୍ରାବାଦ,୧୦ ।୫: କରୋନାର ଦ୍ୱିତୀୟ ଲହର ଯୋଗୁଁ ସବୁଆଡେ ହାହାକାର ସୃଷ୍ଟି ହୋଇଥିବା ବେଳେ ଏଥର ମହିଳାମାନେ ଅଧିକ ସଂକ୍ରମିତ ହେଉଛନ୍ତି । ପ୍ରଥମ ଲହରୀରେ ପୁରୁଷମାନେ ଅଧିକ ସଂକ୍ରମିତ ହେଉଥିବା ବେଳେ ଦ୍ୱିତୀୟରେ ମହିଳାଙ୍କ ସଂକ୍ରମଣ ହାର ଅଧିକ ରହିଛି । ସ୍ୱାସ୍ଥ୍ୟ ବିଭାଗର ପରିସଂଖ୍ୟାନ ଅନୁସାରେ, ରାଜ୍ୟର ମୋଟ ସଂକ୍ରମଣର ୩୮.୫ ପ୍ରତିଶତ ମହିଳା ଅଛନ୍ତି । ଗତବର୍ଷ ଜୁଲାଇରେ ଏହି ସଂଖ୍ୟା ପ୍ର୍ରାୟ ୩୪ ପ୍ରତିଶତ ରହିଥିଲା । ଅନ୍ୟପଟେ ଜାତୀୟ ସ୍ତରରେ ମୋଟ ସଂକ୍ରମଣର ୩୬ ପ୍ରତିଶତ ମହିଳା ଆକ୍ରାନ୍ତ ହେଉଛନ୍ତି । ଜାତୀୟ ସ୍ତରରେ, ମେ’ ମାସର ମୋଟ ସଂକ୍ରମଣରେ ୬୪.୬ ପ୍ରତିଶତ ପୁରୁଷ ରହିଥିବା ବେଳେ ୩୫.୪ ପ୍ରତିଶତ ମହିଳା ଅଛନ୍ତି ।

ସେହିପରି ପୂର୍ବରୁ ଆଇସିୟୁରେ ଭର୍ତ୍ତି ହେଉଥିବା ମହିଳାଙ୍କ ସଂଖ୍ୟା ୩୩ ପ୍ରତିଶତ ଥିବା ବେଳେ ଏବେ ତାହା ୩୯%କୁ ବୃଦ୍ଧି ପାଇଛି । ମହିଳା ଓ ପୁରୁଷଙ୍କ ମୃତ୍ୟୁହାର ଏବେ ସମାନ ରହିଛି, ଯାହାକି ଚିନ୍ତାର ବିଷୟ ପାଲଟିଛି । ଏହାର କାରଣ ହେଉଛି, ମହିଳାଙ୍କୁ ବିଳମ୍ବରେ ମେଡିକାଲ ଅଣାଯାଉଛି ଓ ଗ୍ରାମାଞ୍ଚଳରେ ମହିଳାଙ୍କ ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉ ନାହିଁ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ, ବହୁ ସଂଖ୍ୟାରେ ମହିଳା ଏହି ଭାଇରସର ଶିକାର ହେଉଥିବାର ସଙ୍କେତ ହେଉଛି କି ମହାମାରୀ ନିଜର ରୂପ ବଦଳାଉଛି । ଏଏସସିଆଇ ପ୍ରଫେସର ଡାକ୍ତର ସୁବୋଧ କହିଛନ୍ତି ଯେ, ‘ମହିଳାମାନେ ସାମାନ୍ୟ ରୂପେ କୋଭିଡ ପ୍ରୋଟୋକଲକୁ ଅନୁସରଣ କରନ୍ତି ଓ ପୁରୁଷମାନଙ୍କ ଅପେକ୍ଷା ବେଶି ବାହାରକୁ ଯାଆନ୍ତି ନାହିଁ । କିନ୍ତୁ ଯୁବପୀଢିର ଯୁବତୀମାନଙ୍କ ଉପରେ ଏବେ ବିପଦ ବଢିଯାଇଛି ।’

Get real time updates directly on you device, subscribe now.