fbpx

ଭାରତରେ ୫୯ ଆପ୍ ବ୍ୟାନ୍ ହେବାରୁ କାନ୍ଦିଲା ଚୀନ୍! କେବଳ ଟିକଟକରୁ କମାଉଥିଲା କୋଟି କୋଟି ଟଙ୍କା

ଭାରତରେ ୫୯ଟି ଚାଇନା ଆପକୁ ବ୍ୟାନ୍ କରିବା ପରେ ଚୀନ୍ ବୈଦେଶିକ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି । ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ୍ କହିଛନ୍ତି ଯେ, ଏହି ମାମଲରେ ଚୀନ୍ ବହୁତ ଚିନ୍ତିତ । ସମଗ୍ର ବିଷୟ ଉପରେ ଏବେ ସୂଚନା ସଂଗ୍ରହ କରାଯାଉଛି ।’

ତେବେ ଗତକାଲି ମୋଦୀ ସରକାର ବହୁ ଲୋକପ୍ରିୟ ଭିଡିଓ ଆପ୍ “ଟିକ୍-ଟକ୍’ ସମେତ ୫୯ଟି ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତଥ୍ୟ ଚୋରି ଅଭିଯୋଗରେ ନିଷିଦ୍ଧ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଦେଶର ଏକତା ଓ ସାର୍ବଭୌମତ୍ବ ପ୍ରତି ବିପଦ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୁରକ୍ଷା ଓ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ବିପଦ ଆଶଙ୍କା ଥିବାରୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ଚୀନର ଏହି ୫୯ଟି ଆପର ଡାଟାଗୁଡିକ ଆଗାମୀ ଦିନେ କି ୨ ଦିନ ମଧ୍ୟରେ ବନ୍ଦ ହୋଇଯିବ । ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପଗୁ ହଟାଇ ଦିଆଯାଇଛି । ଏବେ ଏହାର ଆଉ ନୂଆ ଅପଡେଟ ହେବ ନାହିଁ । ଅନ୍ୟପଟେ ଏହି ଆପଗୁଡିକ ସାହାର୍ଯ୍ୟରେ ଭାରତରେ କୋଟି କୋଟି ଟଙ୍କା ବ୍ୟବସାୟ କରୁଥିଲା ଚୀନ । ଏହା ସହ ଅନ୍ୟ ଦେଶ ତୁଳନାରେ ଭାରତରେ ଏହି ଆପଗୁଡିକୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି । ବ୍ୟାନ ଫଳରେ ଚୀନର ଏହି କମ୍ପାନୀଗୁଡିକୁ ଶକ୍ତ ଝଟକା ଲାଗିଛି । ଏପରିକି କମ୍ପାନୀ ଗୁଡିକ ଅଧିକ ଆର୍ଥିକ କ୍ଷତି ମଧ୍ୟ ସହି ପାରନ୍ତି ।

Get real time updates directly on you device, subscribe now.