fbpx

ଯୌନଶକ୍ତି ବଢାଇବା ପାଇଁ ଜୀଅନ୍ତା ବେଙ୍ଗ ଖାଇଲେ ଚୀନ୍ ଯୁବକ, ଭିଡିଓ ଭାଇରାଲ୍

କରୋନା ଭାଇରସ୍ କାରଣରୁ ସମଗ୍ର ବିଶ୍ୱ ଚିନ୍ତିତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୧୯୬କୁ ବୃଦ୍ଧି ପାଇଛି । ଏଥିରୁ ୭୪,୧୮୫ ଜଣ ଆକ୍ରାନ୍ତ କେବଳ ଚୀନର ରହିଛନ୍ତି । କରୋନା ଭୂତାଣୁରେ ୨୦୦୯ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଏହା ପରେ ବି ଚୀନ ଲୋକମାନେ ନିଜ ଅଭ୍ୟାସକୁ ବଦଳାଉ ନାହାନ୍ତି । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଚୀନ୍ ଯୁବକ ଲୋକଙ୍କ ସମ୍ମୁଖରେ ଜୀଅନ୍ତା ବେଙ୍ଗ ଖାଉଥିବାର ନଜର ଆସିଛନ୍ତି ।

ତେବେ କରୋନା ଭାଇରସ୍ କେଉଁ କାରଣ ପାଇଁ ବ୍ୟାପିଛି, ତାହାର ପତ୍ତା ଏପର୍ଯ୍ୟନ୍ତ ଯାଏଁ ମିଳିପାରିନାହିଁ । ବାଦୁଡି, ମାସ କି ଅନ୍ୟ କେଉଁ ପଶୁଠାରୁ ଏହି କରୋନା ଭାଇରସ୍ ବ୍ୟାପିଛି, ସେନେଇ ବୈଜ୍ଞାନିକମାନେ ତଦନ୍ତ ଚଳାଇଛନ୍ତି । ଏହାରି ମଧ୍ୟରେ ଚୀନ୍ ଯୁବକ ଜଣକ ବଜାରରେ ଏକ ଜୀଅନ୍ତା ବେଙ୍ଗକୁ ଧରି ଖାଉଥିବାର ଭିଡିଓ ଭାଇରାଲ ହେଉଛି । ପ୍ରଥମେ ଯୁବକ ଜଣକ ବେଙ୍ଗଟିର ମୁଣ୍ଡକୁ ଦାନ୍ତରେ କାମୁଡି କାଢି ଦେବା ପରେ ବାକି ଅଂଶକୁ ଖାଉଥିବା ଦେଖିବାକୁ ମିଳିଛି ।

ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଚୀନରେ ଜୀବିତ ପଶୁମାନଙ୍କୁ ଖାଇବାର ପରମ୍ପରା ରହିଛି । କୁହାଯାଏ କି, ବେଙ୍ଗକୁ ଖାଇବା ଦ୍ୱାରା ପୁରୁଷଙ୍କ ଯୌନ ଶକ୍ତି ବଢିଥାଏ । ଏଥିପାଇଁ ଲୋକମାନେ ବେଙ୍ଗ ଖାଇଥାନ୍ତି । ଚୀନରେ ଏପରି ଜୀବ-ଜନ୍ତୁ ବଜାରରେ ବିକ୍ରି ହୋଇଥାନ୍ତି ।

Get real time updates directly on you device, subscribe now.