fbpx

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ଖବର ମିଛ: ବୋର୍ଡ଼ ସଭାପତି

ଭୁବନେଶ୍ୱର, ୧୯ା୨(ଓଡ଼ିଶା ଭାସ୍କର): ଚଳିତବର୍ଷର ଆଜିଠାରୁ ଆରମ୍ଭ ହୋଇଛି ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କିଛି ସମୟ ତଳେ ପରୀକ୍ଷା ପ୍ରଶ୍ନ ପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଭାଇରାଲ ଖବରକୁ ନେଇ ବୋର୍ଡ଼ ସଭାପତି ରାମାଶିସ ହାଜରା ପ୍ରତିକ୍ରିୟା ରଖିଛନ୍ତି । ସେ ଏହି ଭାଇରାଲ ଖବରକୁ ଖଣ୍ଡନ କରିଛନ୍ତି । ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ସମ୍ପୂର୍ଣ୍ଣ ମିଛ ବୋଲି ରାମାଶିସ କହିଛନ୍ତି । ଏହାସହ ରାଜ୍ୟରେ ଶୃଙ୍ଖଳିତ ଭାବେ ମାତୃଭାଷା ପରୀକ୍ଷା ଶେଷ ହୋଇଛି ବୋଲି ସେ କହିଛନ୍ତି ।
ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୫ଲକ୍ଷ ୬୦ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୨୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଆଜି ଦିନ ୧୦ଟାରୁ ୧୨ଟା ୩୦ ଯାଏଁ ପରୀକ୍ଷା ହୋଇଥିଲା । ଏହାସହ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । କିନ୍ତୁ ଆଜି ପ୍ରଥମ ଦିନରେ ପୁଣିଥରେ ଗତବର୍ଷ ପରି ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଳକୁ ଘୁରିବୁଲି ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିିଥିଲା ।

Get real time updates directly on you device, subscribe now.