fbpx
BSKY SKY
BSKY SKY

‘ମୋ ପାଇଁ ସବୁ ଝିଅ ପାଗଳ’…: ଆପଣ ଏପରି ମନେମନେ ଭାବୁଛନ୍ତି କି, ଏହା ଏକ ଭୟଙ୍କର ବୀମାରୀର ଲକ୍ଷଣ, ସାମ୍ନାକୁ ଆସିଲା ଏକ ବଡ଼ ଘଟଣା

BSKY

ନୂଆଦିଲ୍ଲୀ: ‘ପ୍ରେମ’, ‘ଲଭ’ ଏହି ଶବ୍ଦଗୁଡ଼ିକ ସମସ୍ତ ଯୁବକ, ଯୁବତୀଙ୍କ ମନ ଓ ହୃଦୟରେ ନିମିଷକ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଦେଇଥାଏ । ପ୍ରେମ ଶାଶ୍ୱତ ଓ ଚିରନ୍ତନ ବୋଲି ସମସ୍ତେ କୁହନ୍ତି । ମାତ୍ର ପ୍ରେମର ସଂଜ୍ଞା ସମସ୍ତଙ୍କ ପାଇଁ ଅଲଗା ଅଲଗା ହୋଇଥାଏ । ଆଜିର ଡିଜିଟାଲ ଜମାନାରେ ଲଭ୍ ଏକ ଟାଇମପାସରେ ପରିଣତ ହୋଇଯାଇଛି କହିଲେ ଚଳେ । କିଏ ପ୍ରେମରେ ପଡ଼ି ଆତ୍ମହତ୍ୟା କରୁଛି ତ କିଏ ଆଉ କିଏ ନିଜର ମୂଲ୍ୟବାନ ଜୀବନ ନେଉଛି । ତେବେ ଏହା ମଧ୍ୟରେ ପ୍ରେମ ସହ ଜଡ଼ିତ ଏକ ବଡ଼ ଶିକ୍ଷଣୀୟ ଘଟଣା ସାମ୍ନାକୁ ଆସିଛି ।

‘ମୋ ପାଇଁ ସବୁ ଝିଅ ପାଗଳ ହେଉଛନ୍ତି । ମୋ ପଛରେ ସବୁ ଝିଅ ମରୁଛନ୍ତି । ମୋ ଆପଖାପାଖରେ ଥିବା ସବୁ ଝିଅ ମୋରେ ଦିନରାତି ଝୁରୁଛନ୍ତି ।’ ଏହିସବୁ ଭାବନା ଆପଣଙ୍କ ମନରେ କେବେ ଆସିଛି କି? ଯଦି ହଁ ତେବେ ଏବେ ଠୁ ସାବଧାନ ହୋଇଯାଆନ୍ତୁ । ଏହା ଏକ ପ୍ରକାରର ଭୟଙ୍କର ରୋଗର ଲକ୍ଷଣ । ଆପଣ ବି ଏହି ବୀମାରୀରେ ସଂକ୍ରମିତ ହୋଇଥାଇପାରନ୍ତି । ଚୀନର ଜଣେ ୨୦ ବର୍ଷୀୟ ଯୁବକ ଏପରି ଏକ ବୀମାରୀରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପାଇଁ ସବୁ ଝିଅ ପାଗଳ ବୋଲି ଯୁବକଙ୍କୁ ହୃଦବୋଧ ହେଉଛି । ପ୍ରକୃତରେ ଯୁବକ ଜଣଙ୍କ ‘ଡେଲୁସନାଲ ଲଭ୍ ଡିଜଅର୍ଡର’ରେ ସଂକ୍ରମିତ ହୋଇଛନ୍ତି ।

ଏକ ରିପୋର୍ଟ ମୁତାବକ, ଲିୟୁ ନାମଙ୍କ ଜଣେ ଚାଇନା ଯୁବକଙ୍କୁ ଲାଗୁଛି ତାଙ୍କ ଆଖାପାଖରେ ରହିଥିବା ସବୁ ଝିଅ ତାଙ୍କ ପ୍ରେମରେ ପାଗଳ ହୋଇଯାଉଛନ୍ତି । ଯୁବତୀମାନେ ତାଙ୍କ କେତେ ଖରାପ ବ୍ୟବହାର କଲେ ବି ସେମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି ବୋଲି ଯୁବକଙ୍କୁ ଅନୁଭବ ହୋଇଥାଏ । ଗତ ଫେବୃଆରୀ ମାସରେ ଏହି ମାମଲା ସୀମା ଟପିଯାଇଥିଲା । ଯୁବକଙ୍କର ପାଠପଢ଼ାରେ ମନା ଲାଗିନଥିଲା । ଏଥିସହିତ ତାଙ୍କର ରାତିର ନିଦ ହଜି ଯାଇଥିଲା ଓ ସେ ରାତିଦିନ କେବଳ ଭାବିବାରେ ବିତାଉଥିଲେ । ତେବେ ଯାଞ୍ଚ ପରେ ଏହା ପଛର ସତ୍ୟତା ସାମ୍ନାକୁ ଆସିଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠେ, ବିନା କଥାବାର୍ତ୍ତାରେ ଯୁବକଙ୍କୁ ଏପରି ଭ୍ରମ କାହିଁକି ହୋଇଥାଏ । ମସ୍ତିଷ୍କ ଡାକ୍ତରମାନେ ଏକ ଖାସ୍ ପ୍ରକାରର ଡିଜଅର୍ଡରର ସନ୍ଧାନ ପାଇଥିଲା, ଯାହାର ନାମ ହେଉଛି ‘ଡେଲୁସନାଲ ଲଭ୍ ଡିଜଅର୍ଡର ।’ ଏହି ସ୍ଥିତିରେ ମଣିଷକୁ ଅନ୍ୟ ଠାରୁ ପ୍ରେମର ଭ୍ରମ ହୋଇଥାଏ । ଏହା ଏକ ମାନସିକ ସ୍ୱାସ୍ଥ୍ୟ ସ୍ଥିତି ଯେଉଁଥିରେ ସଂକ୍ରମିତ ହୋଇଥିଲେ ବ୍ୟକ୍ତିଜଣଙ୍କ ବାସ୍ତବିକତା କଳ୍ପନାଠାରୁ ଅଲଗା କରିବା ପାଇଁ ସଂଘର୍ଷ କରିଥାଏ । ତାହା ଉତ୍ପୀଡ଼ନ, ଜଳନ ଆଦି ରୂପରେ ଆସିଥାଏ । ଅନ୍ୟମାନେ ତାଙ୍କ ପାଇଁ ରୋମାଣ୍ଟିକ୍ ଅନୁଭବ କରିଥାନ୍ତି ବୋଲି ପୀଡ଼ିତଙ୍କୁ ଅନୁଭବ ହୋଇଥାଏ । ଏହା ଉପରେ ଯଦି ଧ୍ୟାନ ଦିଆ ନଯାଏ ତେବେ ଏହି ବୀମାରୀ ଜଣଙ୍କର ଦୈନନ୍ଦିନ ଜୀବନଶୈଳୀକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ ।

 

Get real time updates directly on you device, subscribe now.