fbpx
BSKY
BJD MC SKY
BJD YOUTH SKY

GPS Blocked, ସୈନିକଙ୍କ ଛୁଟି ରଦ୍ଦ: ଇରାନ-ଇସ୍ରାଏଲ ମଧ୍ୟରେ ହେବ କି ମହାଯୁଦ୍ଧ?

ନୂଆଦିଲ୍ଲୀ: ପୃଥିବୀ ଧିରେ ଧିରେ ବିଶ୍ୱଯୁଦ୍ଧ ଆଡ଼କୁ ଆଗେଇ ଚାଲିଛି । ଦିନକୁ ଦିନ ବିଶ୍ୱର ବିଭିନ୍ନ ଦେଶ ନିଜ ନିଜ ଭିତରେ ଯୁଦ୍ଧ କରିବାରେ ଲାଗିଛନ୍ତି । ସିରିୟାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ ଏବଂ ଇରାନର ସେନା ଅଧିକାରୀଙ୍କ ମୃତ୍ୟୁ ପରେ ଏହି ୨ ଦେଶ ମଧ୍ୟରେ ଯୁଦ୍ଧ ସମ୍ଭାବନା ଦେଖାଦେଇଛି । ଇରାନ ତରଫରୁ ଆକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଇସ୍ରାଏଲ ଜିପିଏସ ବନ୍ଦ କରିଛି, ଯାହା ଦ୍ୱାରା ମିସାଇଲ ଆଟାକରୁ ରକ୍ଷା ମିଳିପାରିବ । ନିକଟ ଭବିଷ୍ୟତରେ ଇରାନ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ଚିନ୍ତା କରୁଛି ଇସ୍ରାଏଲ । ତେଣୁ ଏପ୍ରିଲ ୫ ତାରିଖକୁ ୟେରୁଶଲମ ଡେ’ ଭାବରେ ପାଳନ କରୁଛି ।

ଗାଜାରେ ହମାସ ସହ ଜାରି ରହିଥିବା ଯୁଦ୍ଧରେ ଅପ୍ରତ୍ୟକ୍ଷ ଭାବରେ ଇରାନ ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ବିପକ୍ଷରେ ଠିଆ ହୋଇଛି । ତେବେ ଏହି ଆକ୍ରମଣ ପରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ମଧ୍ୟ ଏସିଆରେ ଅଶାନ୍ତି ବୃଦ୍ଧି ହୋଇପାରେ । ତେବେ ଇରାନର ଆକ୍ରମଣ ଭୟରେ ଇସ୍ରାଏଲ ମଧ୍ୟ ନିଜକୁ ପ୍ରସ୍ତୁତ କରିସାରିଛି । ଯୁଦ୍ଧ ଆଶଙ୍କାରେ ନିଜର ଜିପିଏସ ସିଷ୍ଟମ ଏବଂ ନାଭେଗେସନ୍ ବନ୍ଦ କରିବା ଆରମ୍ଭ କରିଦେଇଛି ଇସ୍ରାଏଲ । ଏହାସହିତ ସୈନ୍ୟବାହିନୀର ଛୁଟି ରଦ୍ଦ କରିବା ସହ ସୀମାରେ ସୈନିକ ଏବଂ ହତିଆରରେ ବୃଦ୍ଧି କରିଛି ।

ତେବେ ଇରାନ ରାଷ୍ଟ୍ରପତି ମହମ୍ମଦ ରଇସି କହିଛନ୍ତି ଯେ, ଏହି ଆକ୍ରମଣର ଜବାନ ଆମେ ନିଶ୍ଚୟ ଦେବୁ । ତେଣୁ ଇରାନ ଯଦି ଏହାର ପାଲଟା ଜବାବ ଦିଏ, ତେବେ ବିଶ୍ୱ ଆଉ ୨ ଦେଶ ମଧ୍ୟରେ ଯୁଦ୍ଧ ଦେଖିପାରେ ବୋଲି ଆଲୋଚନା ହେଉଛି । ସେପଟେ ଇସ୍ରାଏଲର ଏଭଳି ପ୍ରସ୍ତୁତି ଦେଖି ଦେଶବାସୀଙ୍କ ମନରେ ମଧ୍ୟ ଭୟ ସୃଷ୍ଟି ହୋଇଛି । ସେହିପରି ଦୂତାବାସଗୁଡ଼ିକୁ ମଧ୍ୟ ଆଲର୍ଟ କରି ଦିଆଯାଇଛି । ଇସ୍ରାଏଲ ପ୍ରଶାସନ ଜନତାଙ୍କୁ ଭୟଭୀତ ନ ହେବା ସହ ଏବଂ ଫାଲତୁ ରାସନ ତଥା ଆବଶ୍ୟକୀୟ ଜିନିଷ ନ କିଣନ୍ତୁ ବୋଲି ମଧ୍ୟ ପରାମର୍ଶ ଦେଇଛି ।

Get real time updates directly on you device, subscribe now.