fbpx

Big Breaking: ଆଜି ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ଏସିଆର ୬ଷ୍ଠ ଉତ୍ତପ୍ତ ସହର ହେଉଛି ଭୁବନେଶ୍ୱର । ୧୦ଟି ଉତ୍ତପ୍ତ ସହର ତାଲିକାରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର ରହିଛି । ଆଜି ରାଜଧାନୀର ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା । ତେବେ ୪୩.୫ ଡିଗ୍ରୀ ସହ ଏସିଆର ଷଷ୍ଠ ଉତ୍ତପ୍ତ ସ୍ଥାନରେ ରହିଛି ଭୁବନେଶ୍ୱର । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ୧୦ ଉତ୍ତପ୍ତ ସହର ତାଲିକାରେ ଭାରତର ୫ଟି ସହର ସ୍ଥାନ ପାଇଛି । ୪୫.୭ ଡିଗ୍ରୀ ସହ ମିଆଁମାର ବାଉକ୍ ସହର ସର୍ବାଧିକ ଉତ୍ତପ୍ତ ସ୍ଥାନରେ ରହିଛି ।

ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭୁବନେଶ୍ୱରର ତାପମାତ୍ରା ଆଜି ଦିନ ୨ଟା ପରେ ୪୩.୨ ଡିଗ୍ରୀ ଛୁଇଁ ରେକର୍ଡ କରିଥିଲା । ତେବେ ୪୦ ଡିଗ୍ରୀ ଉପରେ ୪ଟି ସହରର ତାପମାତ୍ରା ରହିଥିଲା । ସମ୍ବଲପୁରର ତାପମାତ୍ରା ୪୦.୮ ଥିବା ବେଳେ ହୀରାକୁଦର ତାପମାତ୍ରା-୪୦.୬ ଡିଗ୍ରୀ ରହିଥିଲା । ସେହିଭଳି ଚାନ୍ଦବାଲିର ତାପମାତ୍ରା ୪୦.୬ ଏବଂ ଝାରସୁଗୁଡ଼ାରେ ୪୦.୨ ଡିଗ୍ରୀ ରହିଥିଲା । ରାଉରକେଲାରେ ୩୯.୬ ଡିଗ୍ରୀ ଏବଂ କେନ୍ଦୁଝରରେ ୩୯ ଡିଗ୍ରୀ ରହିଥିଲା ।

Get real time updates directly on you device, subscribe now.