fbpx

ଲଦାଖରେ ପ୍ରବେଶ କଲେ ଚୀନ ସୈନ୍ୟ,ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତ ଚୀନ ସୀମାରେ ପୁଣି ଥରେ ଚୀନ ନିଜର ଅସ୍ଥିତ୍ୱ ଜାହରି କରିବାକୁ ଚେଷ୍ଟା କରିଛି । ଚୀନ ସେନା ପିପୁଲସ ଲିବରେସନ ଆର୍ମୀ ଡେମଚୋକରେ ସିନ୍ଧୁ ନଦୀ ନିକଟରେ ବ୍ୟାନର ଏବଂ ଚୀନ ପତାକା ଲଗାଇଛନ୍ତି । ଏହି ଅଞ୍ଚଳ ଲଦାଖ କ୍ଷେତ୍ରରେ ରହିଛି । ଘଟଣା ୬ ଜୁଲାଇରେ ଘଟିଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଦିନ ଦଲାଇ ଲାମାଙ୍କ ଜନ୍ମଦିନ ଥିଲା । ଚୀନ ସୈନିକ ଦଲାଇ ଲାମାଙ୍କ ଜନ୍ମଦିନରେ ବିରୋଧ ପ୍ରଦର୍ଶନ କରିବା ପାଇଁ ଲଦାଖ ସୀମାରେ ପହଞ୍ଚିଥିଲେ । ରିପୋର୍ଟ ଅନୁଯାୟୀ ଚୀନ ସୈନିକ ଏବଂ କିଛି ସ୍ଥାନୀୟ ଲୋକ ସିନ୍ଧୁ ନଦୀର ଅପର ପାର୍ଶ୍ୱରେ ପହଞ୍ଚିଥିଲେ । ଏଠାରେ କିଛି ଭାରତୀୟ ଗ୍ରାମୀଣ ଦଲାଇ ଲାମାଙ୍କ ଜନ୍ମଦିନ ପାଳନ କରୁଥିଲେ । ଏହାର ବିରୋଧ କରି ନାଲି ପତାକା ଧରି ଚୀନ ତରଫରୁ କିଛି ଲୋକ ଏହି ଅଞ୍ଚଳରେ ପହଞ୍ଚିଥିଲେ । ସେମାନେ ୫ ଗାଡ଼ିରେ ସେଠାରେ ପହଞ୍ଚିଥିଲେ ଏବଂ ଜନ୍ମଦିନ ପାଳନକୁ ବିରୋଧ ପ୍ରଦର୍ଶନ କରିବା ସହ ବ୍ୟାନର ଦେଖାଇଥିଲେ ।

Get real time updates directly on you device, subscribe now.