fbpx

ଖାଲି ପେଟରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଖାଦ୍ୟ, ନଚେତ୍ ହୋଇଯିବ ଅନର୍ଥ

ସକାଳ ଭୋଜନ ଶରୀରକୁ ସୁସ୍ଥ ରଖିବାରେ ଅଧିକ ସାହାର୍ଯ୍ୟ କରିଥାଏ । କିନ୍ତୁ ସମୟର ଅଭାବ ଓ ଅନ୍ୟ କାରଣରୁ ଲୋକମାନେ ସକାଳ ଭୋଜନ କରିନଥାନ୍ତି ବା ଭୋକରୁ ରକ୍ଷା ପାଇବା ପାଇଁ କିଛି ଖାଇଥାନ୍ତି । ଯଦି ଆପଣ ବି ଏପରି କରୁଛନ୍ତି, ତେବେ ସତର୍କ ହୋଇଯାଆନ୍ତୁ, କାରଣ ଛୋଟ ଭୁଲ ବି ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା ସକାଳୁ ଖାଳି ପେଟରେ କ’ଣ ନଖାଇବା ଉଚିତ୍…

ଚା’, କଫି-
ଲୋକମାନେ ପ୍ରାୟତଃ ଦିନର ଆରମ୍ଭ କରିବାକୁ ଚା’, କଫିର ସାହାରା ନେଇଥାନ୍ତି । ଯଦି ଆପଣ ବି ଏପରି କରୁଥାନ୍ତି, ତେବେ ତୁରନ୍ତ ବଦଳାଇ ଦିଅନ୍ତୁ । ଖାଲି ପେଟରେ ଚା’ ଓ କଫି ପିଇବା ଦ୍ୱାରା ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇପାରେ । ସକାରେ ଚା’ ବା କଫି ଖାଲି ପେଟରେ ନପିଇ ବିସ୍କୁଟ ଓ ବ୍ରେଡ ସହ ନିଅନ୍ତୁ ।

ବିଲାତି-
ସକାଳୁ ଖାଲିପେଟରେ ବିଲାତି ଖାଇବା ଅନୁଚିତ । କାରଣ ଖାଲି ପେଟରେ ବିଲାତି ଖାଇବା ଦ୍ୱାରା ପେଟରେ ଟୋନିକ ଏସିଡ ପରିମାଣ ବଢ଼ିଥାଏ, ଯାହାକି ପେଟରେ ଜଳିବା ସମସ୍ୟା ସୃଷ୍ଟି କରିଥାଏ ।

ପିଜୁଳି-
ପିଜୁଳି ହଜମ ପାଇଁ ଭଲ ବୋଲି ବିବେଚନା କରାଯାଏ । କିନ୍ତୁ ପିଜୁଳିରେ ଥିବା ଭିଟାମିନ୍ ସି କାରଣରୁ ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଆରମ୍ଭ ହୋଇପାରେ ।

ଦହି-
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟରେ ଦହି ସାମିଲ କରିବାକୁ ପରାମର୍ଶ ଦିଆଯାଏ । କିନ୍ତୁ ସକାଳେ ଖାଲି ପେଟରେ ଦହି ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଫାଇଦା ହୋବ ବଦଳରେ କ୍ଷତି ହୋଇଥାଏ । ଖାଲି ପେଟରେ ଦହି ଖାଇବା ସମୟରେ ଅନ୍ତନଳୀରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ସୃଷ୍ଟି ହୁଏ । ଯାହା ପେଟରେ ଥିବା ଲାକ୍ଟିକ୍ ଏସିଡ୍ କୁ ମାରିଦିଏ, ଫଳରେ ଏସିଡିଟି ସମସ୍ୟା ସୃଷ୍ଟି ହୁଏ ।

ସାଲାଡ-
ସାଲାଡ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ । ସାଲାଡର ବ୍ୟବହାର ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ, କିନ୍ତୁ ସକାଳେ ଖାଲି ପେଟରେ ଏହାର ସେବନ ଦ୍ୱାରା ବିଚଳିତ ଓ ବାନ୍ତି ସମସ୍ୟ ସହିତ ଗ୍ୟାସ ଓ ହୃଦଘାତର ସମସ୍ୟା ହୋଇପାରେ । କାରଣ ସାଲାଡରେ ଫାଇବରର ପରିମାଣ ଅଧିକ, ଯାହା ପେଟ ଉପରେ ଚାପ ବଢ଼ାଇଥାଏ ।

ଡାକ୍ତରଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ସକାଳେ ଖାଲି ପେଟରେ ଖଟା ଜିନିଷ ଖାଇବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍ । ଖାଲି ପେଟରେ ଖଟା ଜିନିଷ ଖାଇବା ଦ୍ୱାରା ହଜମ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ ।

Get real time updates directly on you device, subscribe now.