fbpx

ପାକିସ୍ତାନରେ ମୁଲ୍ଲାଙ୍କ ମୁହଁ ବନ୍ଦ କରିଦେଇଥିବା ଝିଅ ମଲାଲା; ଜାଣନ୍ତୁ ଏମିତି କଣ କରିଥିଲେ

ନୂଆଦିଲ୍ଳୀ: ବିଶ୍ୱବ୍ୟାପୀ ୧୨ ଜୁଲାଇକୁ ମଲାଲା ଦିବସ ଭାବରେ ପାଳନ କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି । ବିଶ୍ୱରେ ନାରୀଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସାମାଜିକ କର୍ମୀ ତଥା ବିଶ୍ୱର ସର୍ବକନିଷ୍ଠ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫାଜାଇଙ୍କ ଜନ୍ମଦିବସକୁ ମିଳିତ ଜାତିସଂଘ ପକ୍ଷରୁ ମଲାଲା ଡେ ଭାବରେ ନାମିତ କରାଯାଇଛି । ବିଶ୍ୱର ପ୍ରତିଟି ଶିଶୁକୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ନେତା ମାନଙ୍କ ନିକଟରେ ଆବେଦନ ପାଇଁ ଏହି ଦିବସ ପାଳନ କରାଯାଉଛି ।

ପାକିସ୍ତାନ ପରି ମୁସଲିମ ଅଧ୍ୟୁଷିତ ଅଞ୍ଚଳରୁ ଆସନ୍ତି ମଲାଲା । ଅକ୍ଟୋବର ୨୦୧୨ ତାରିଖରେ ପାକିସ୍ତାନର ସ୍ୱାଟ ପ୍ରଦେଶରେ ଘଟିଯାଏ ଏମିତି ଏକ ଘଟଣା ଯାହା ସମଗ୍ର ବିଶ୍ୱକୁ ଥରାଇଦିଏ । ପାଠପଢୁଥିବା କାରଣରୁ ୧୫ ବର୍ଷୀୟ ମଲାଲାକୁ ଆତଙ୍କୀଙ୍କ ଗୁଳିର ଶିକାର ହେବାକୁ ପଡିଥାଏ । ସୌଭାଗ୍ୟବଶତଃ ଭାବେ ଉକ୍ତ ଗୁଳିକାଣ୍ଡରୁ ବର୍ତ୍ତି ଯାଇଥିଲେ । ବ୍ରିଟେନରେ ଚିକିତ୍ସିତ ହୋଇ ବର୍ତ୍ତିଯାଇଥିବା ମଲାଲା ନିଜର ପରବର୍ତ୍ତୀ ଜନ୍ମଦିବସରେ ବିଶ୍ୱ ନେତୃବୃନ୍ଦଙ୍କୁ ଉଦବୋଧନ ଦେଇଥିଲେ । ଏହା ପରଠାରୁ ମଲାଲାଙ୍କ ଜନ୍ମଦିବସକୁ ମଲାଲା ଡେ ଭାବରେ ଘୋଷଣା କରାଯାଇଛି । ଏହାର ଏକ ବର୍ଷ ପରେ ମଲାଲାଙ୍କୁ ୨୦୧୭ରେ ନୋବେଲ ଶାନ୍ତିି ପୁରସ୍କାର ପ୍ରଦାନ କରାଯାଇଥିଲା ।

ମଲାଲା ୟୁସୁଫଜାଇଙ୍କ ସମ୍ପର୍କରେ କିଛି ତଥ୍ୟ:

  • ୧୨ ଜୁଲାଇ ୧୯୯୭ରେ ମଲାଲା ଜିଆଉଦ୍ଦିନ ୟୁସୁଫଜାଇ ଓ ତୁର ପେକାଇ ୟୁସୁଫଜାଇଙ୍କ କୋଳରୁ ଜନ୍ମ ନିଅନ୍ତି ।
  • ମଲାଲାଙ୍କ ପିତା ଜଣେ ଶିକ୍ଷକ ଏବଂ ନିଜର ଏକ ସ୍କୁଲ ମଧ୍ୟ ଚଳାନ୍ତି ।
  • ୨୦୧୪ରେ ୧୭ ବର୍ଷ ବୟସରେ ବିଶ୍ୱର ସର୍ବକନିଷ୍ଠ ନୋବେଲ ବିଜେତା ହୋଇଥିଲେ ମଲାଲା ।
  • ମଲାଲାଙ୍କ ଆକ୍ରମଣ ପରେ ତାଙ୍କ ପରିବାର ୟୁକେ ସ୍ଥାନାନ୍ତର ହୋଇଯାଇଥିଲେ ।
  • ୨୦୧୮ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ମଲାଲା ଦର୍ଶନ, ରାଜନୀତି ଓ ଅର୍ଥନୀତି ଅଧ୍ୟୟନ କରିଥିଲେ ।
  • ନାରୀ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ନିଜ ପିତାଙ୍କ ସହିତ ମିଶି ମଲାଲା ଫଣ୍ଡ ନିର୍ମାଣ କରିଥିଲେ ମଲାଲା ।
  • ନାରୀ ଶିକ୍ଷା ଓ ଏହା ସହ ଜଡିତ ସାମାଜିକ କର୍ମୀଙ୍କ ଉଦ୍ଦେଶ୍ୟରେ ମଲାଲା ଫଣ୍ଡ କାମ କରିଥାଏ । ୨୦୧୭ରେ ମଲାଲାଙ୍କୁ ମିଳିତ ଜାତିସଂଘର ଶାନ୍ତିଦୂତ ଭାବେ ଘୋଷଣା କରାଯାଇଥିଲା ।
  • ମଲାଲାଙ୍କୁ କାନାଡାର ନାଗରିକତ୍ୱ ପ୍ରଦାନ କରାଯାଇଥିବା ବେଳେ ସେ ସର୍ବକନିଷ୍ଠ ସଦସ୍ୟ ହାଉସ୍ ଅଫ୍ କମନକୁ ସମ୍ବୋଧିତ କରିଥିଲେ ।

Get real time updates directly on you device, subscribe now.