ସୁନ୍ଦରୀ ନିଶା, 22 ବର୍ଷ ଯାଏଁ ଧୋଇଲେନି ମେକଅପ୍, ତା ପରେ ଯାହା ହେଲା ଦେଖିଲେ ଉଡ଼ିଯିବ ହୋସ୍, ଦଖନ୍ତୁ ଭିଡିଓ
22 ବର୍ଷ ଯାଏଁ ଧୋଇଲେନି ମେକଅପ୍ ମହିଳା । ଯେତେବେଳେ ସେ ତାଙ୍କ ମୁହଁର ଅବସ୍ଥା ଦେଖିଲେ, ସେ ନିଜକୁ ବି ଚିହ୍ନି ପାରିଲେନି ।
ନୂଆଦିଲ୍ଲୀ: ଅନେକ ଲୋକ ସୁନ୍ଦର ଦେଖାଯିବା ପାଇଁ ପ୍ରତିଦିନ ମେକଅପ୍ ବ୍ୟବହାର କରନ୍ତି । ସେହେ କିଛି ସମୟ ପରେ ସେ ମେକଅପ୍ ହଟେଇ ବି ଦିଆଯାଏ । ଯହି ଆପଣ ମେକଅପ୍ ନ ହଟାନ୍ତି, ତେବେ ତାର ବହୁତ ସାଇଡ ଇପେକ୍ଟ ଦେଖାଦିଏ । କିନ୍ତୁ ଏଠି ଏମିତି ଜଣେ ମହିଳା ଅଛନ୍ତି, ଯିଏ 22 ବର୍ଷ ଧରି ପ୍ରତିଦିନ ମେକଅପ୍ କରୁଥିଲେ, କିନ୍ତୁ ସେ କେବେ ବି ଠିକ୍ ଭାବରେ ମେକଅପ୍ ସଫା କରିନଥିଲେ। ମେକଅପ୍ ପରେ ପ୍ରତିଦିନ, ସେ କେବଳ ତାଙ୍କ ମୁହଁ ଧୋଇ ଶୋଇଯାଉଥିଲେ। ପରଦିନ ସେ ପୁଣି ମେକଅପ୍ କରୁଥିଲେ। ଏବେ 22 ବର୍ଷ ପରେ, ଯେତେବେଳେ ସେ ତାଙ୍କ ମୁହଁର ଅବସ୍ଥା ଦେଖିଲେ, ସେ ନିଜକୁ ବି ଚିହ୍ନି ପାରିଲେନି ।
ମହିଳା ଜଣକ ହେଉଛନ୍ତି ଚୀନର ଜିଲିନ ଅଞ୍ଚଳର । ମହିଳାଙ୍କୁ 37 ବର୍ଷ ହୋଇଥିବା ବେଳେ ତାଙ୍କ ନାମ ହେଉଛି ନିୟୁୟୁମିଆନ୍ । ମହିଳା ଜଣକ 15 ବର୍ଷ ବୟସରୁ ମେକଅପ କରି ଆସୁଛନ୍ତି । ସେ ତାଙ୍କ ମାଆଙ୍କ ଲିପଷ୍ଟିକ ଦେଖି ଆକର୍ଷିତ ହୋଇଥିଲେ । ସେବେଠୁ ସେ ନିଜେ ମେକଅପ କରିବା ଆରମ୍ଭ କଲେ । ସେ ଶସ୍ତା ଫାଉଣ୍ଡେସନ୍ ଏବଂ କେମିକାଲ ଯୁକ୍ତ ମେକଅପ ସାମଗ୍ରୀ ବ୍ୟବହାର କରୁଥିଲେ, ଯାହା ତାଙ୍କ ଚର୍ମ ପାଇଁ ଆହୁରି କ୍ଷତିକାରକ ପ୍ରମାଣିତ ହୋଇଥିଲା। 2025 ଆରମ୍ଭରେ ସେ ଗୁରୁତର ଆଲର୍ଜିର ଶିକାର ହେଲେ।
ମହିଳା ଜଣକ ମୁହଁର ଭିଡିଓ ସେୟାର କରିଛନ୍ତି
ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ତାଙ୍କ ମୁହଁର ଅବସ୍ଥା ସ୍ପଷ୍ଟ ଭାବରେ ଦେଖାଯାଉଛି। ଲାଲ ପଡ଼ିବା, ଫୁଲିବା ଏବଂ ବଡ଼ ବଡ଼ ଫୋଟକା ତାଙ୍କ ଚର୍ମକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲା। ପରୀକ୍ଷା ପରେ ଡାକ୍ତରମାନେ ଜାଣିପାରିଲେ ଯେ ତାଙ୍କୁ ରୋସାସିଆ(Rosacea ) ଏବଂ ଡେମୋଡେକ୍ସ ମାଇ(Demodex Mites) ହୋଇଛି। ଏହା ବ୍ୟତୀତ, ସେ ‘ହର୍ମୋନ୍ ଫେସ୍’ ନାମକ ଏକ ଅସ୍ୱାଭାବିକ ରୋଗର ମଧ୍ୟ ସମ୍ମୁଖୀନ ହୋଇଥିଲେ ।
Seorang perempuan berusia 37 tahun di Jilin, China, viral setelah mengungkapkan bahwa ia tidak pernah menghapus riasan di wajahnya selama 22 tahun. Kebiasannya itu membuat mukanya jadi rusak.😱#detikcom pic.twitter.com/XjiqSYd9BL
— detikcom (@detikcom) July 13, 2025
ଭୁଲ ଚିକିତ୍ସା ସ୍କିନକୁ ଆହୁରି ଖରାପ କରିଦେଇଛି
‘ନିୟୁମିୟାନ୍’ ତାଙ୍କ ଚର୍ମ ସମସ୍ୟାର ସମାଧାନ ପାଇଁ ଚର୍ମରୋଗ ବିଶେଷଜ୍ଞଙ୍କ ପାଖକୁ ଯିବା ପରିବର୍ତ୍ତେ ସ୍ଥାନୀୟ ସୌନ୍ଦର୍ଯ୍ୟ କ୍ଲିନିକ୍ରେ ସ୍କିନ୍ ବୁଷ୍ଟର୍ ଇଞ୍ଜେକ୍ସନ୍ ନେଇଥିଲେ। କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ଚର୍ମ ପାଇଁ ଆହୁରି କ୍ଷତିକାରକ ପ୍ରମାଣିତ ହେଲା। ଇଞ୍ଜେକ୍ସନର ପାର୍ଶ୍ୱପ୍ରତିକ୍ରିୟା ଫଳରେ ତାଙ୍କ ମୁହଁ ଆହୁରି ଖରାପ ହୋଇଗଲା ।