fbpx

ଚିପ୍ ସଙ୍କଟ: ମୋବାଇଲ୍-ଟିଭିର ଷ୍ଟକ୍ କମ୍, ଫିକା ପଡ଼ିପାରେ ପର୍ବରେ କିଣାକିଣି

AAKASH

ନୂଆଦିଲ୍ଲୀ: ମୋବାଇଲ୍, ଇଲୋକ୍ଟ୍ରୋନିକ୍ସ ଓ ଯାନବାହାନ କମ୍ପାନୀର ବ୍ୟବସାୟ ଉପରେ ଏବେ ଚିପ୍ ସଙ୍କଟ ଦେଖାଦେଇଛି । ଏହାର ପ୍ରଭାବ ପର୍ବପର୍ବାଣୀ ସମୟରେ ଉପଭୋକ୍ତା ମାନଙ୍କ କିଣାବିକା ଉପରେ ପଡ଼ୁଛି । ପ୍ରତିବର୍ଷ ଦୀପାବଳୀ ଓ  ପାର୍ବଣ ସମୟରେ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଅନେକ ଅଫର୍ ଆସିଥାଏ । ଏହି ଅଫର୍ ରେ ଗ୍ରାହକ ମାନେ ଶସ୍ତାରେ ଜିନିଷ କିଣାବିକା କରିଥାନ୍ତି । ହେଲେ ଚିନ୍ ସଙ୍କଟ ଚଳିତ ବର୍ଷର କିଣାକିଣିକୁ ଫିକା ପକାଉଥିବା ଦେଖିବାକୁ ମିଳିଛି ।

ଗ୍ରାହକଙ୍କୁ ଇଲେକ୍ଟ୍ରୋନିକ୍ସ ଜିନିଷ ଅଧିକ ଦାମ୍ ଦେଇ କିଣିବାକୁ ପଡ଼ୁଛି । ଦୀପାବଳୀରେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଏହି ସଙ୍କଟ ଦେଇ ଗତି କରିବେ ବୋଲି ଆଶଙ୍କା କରାଯାଉଛି । ଖୁଦ୍ର ବିକ୍ରେତା ଓ କମ୍ପାନୀର ଅଧିକାରୀ ମାନଙ୍କ କହିବାନୁସାରେ, ଆପଲ୍, ସାମସଙ୍ଗ, ଦାମୀ ଟିଭି ସେଟ୍ ଓ ଅଧିକାଂଶ ପ୍ରିମୟମ୍ ବ୍ରାଣ୍ଡ୍ ର ଉପକରଣର ଷ୍ଟକ୍ ଖୁବ୍ କମ୍ ରହିଛି । ଏସବୁର ଯୋଗାଣ ସଠିକ୍ ରୂପେ ହୋଇପାରୁନାହିଁ । ସେମାନଙ୍କ କହିବା କଥା ଯେ, ଚିପ୍ ସଙ୍କଟ କାରଣରୁ ମୋବାଇଲ୍ ଓ ଇଲେକ୍ଟ୍ରୋନିକ୍ସ ଉପକରଣର ଯୋଗାଣ ପ୍ରଭାବିତ ହୋଇଛି ।

ବଜାର ବିଶେଷଜ୍ଞଙ୍କ କହିବା କଥା ଯେ, ଦୀପାବଳୀ ସମୟ ହେଉଛି ମୋବାଇଲ-ଇଲେକ୍ଟୋନିକ୍ସ ଏବଂ ଗାଡ଼ି କମ୍ପାନୀ ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ଲୋକମାନେ ଏସବୁ ଜିନିଷ ଅଧିକ କିଣାକିଣି କରିଥାନ୍ତି । ମୋବାଇଲ୍-ଇଲେକ୍ଟ୍ରୋନିକ୍ସର ମୋଟ ବିକ୍ରି ଏହି ସମୟରେ ୩୦ ପ୍ରତିଶତ ହୋଇଥାଏ । ସେହିପରି ଗାଡ଼ି ବିକ୍ରି ୪୦ ପ୍ରତିଶତ ଅଂଶୀଦାର ଏହି ଅବଧିରେ ହୋଇଥାଏ । କିନ୍ତୁ ଚିପ୍ ସଙ୍କଟ କାରଣରୁ ଗାଡ଼ି କମ୍ପାନୀ ଗୁଡ଼ିକୁ ସମୟାନୁସାରେ ଯୋଗାଣ ହୋଇପାରୁନାହିଁ । ଏବେ କମ୍ପାନୀ ଗୁଡ଼ିକୁ କ୍ଷତିର ଡର ଘାରିଛି ।

Get real time updates directly on you device, subscribe now.