fbpx
BSKY
BJD SHG SKY
BJD YOUTH SKY

ଡାଇବେଟିସ୍ ର ୧୨ଟି ଔଷଧ ହେଲା ଶସ୍ତା, ଦେଢ଼ ଟଙ୍କାରେ ମିଳିବ ଗୋଟିଏ ଟାବଲେଟ୍; ଜାଣନ୍ତୁ ବିସ୍ତାର ଭାବରେ…

ନୂଆଦିଲ୍ଲୀ: ଦେଶର ମୁଲ୍ୟ ନିୟାମକ ଏନପିପିଏ ସୋମବାର ଦିନ ଡାଇବେଟିସ୍ ଚିିକିତ୍ସାରେ ବ୍ୟବହୃତ ହେଉଥିବା ୧୨ଟି ଜେନେରିକ୍ ମେଡିସିନ୍ ର ସର୍ବାଧିକ ମୁଲ୍ୟ ସ୍ଥିର କରିଛନ୍ତି । ଏହି ମେଡିସିନ୍ ମଧ୍ୟରେ ଗ୍ଲିମେପାଇରାଇଡ୍ ଟାବଲେଟ୍, ଗ୍ଲୁକୋଜ୍ ଇନଫ୍ୟୁଜନ୍ ଏବଂ ଇନସୁଲିନ୍ ସଲ୍ୟୁଶନ୍ ସାମିଲ ରହିଛି । ଏନେଇ ଏନପିପିଏ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଏନପିପିଏ ସୂଚନା ଦେଇଛି ଯେ, ଭାରତୀୟ ମାନେ ମଧୁମେହ ପରି ରୋଗର କମ୍ ଦାମ୍ ରେ ଚିକିତ୍ସା ଯେପରି ପାଇପାରିବେ ତାକୁ ଆଖି ଆଗରେ ରଖି ମଧୁମେହରେ ବ୍ୟବହୃତ ହେଉଥିବା ୧୨ଟି ଔଷଧର ମୂଲ୍ୟ ସ୍ଥିର କରାଯାଇଛି । ଏହା ଅନୁସାରେ ଗ୍ଲିମେପାଇରାଇଡ୍ ର ଏକ ଏମଜି ଟାବଲେଟ୍ ଯୁକ୍ତ ଗୋଟିଏ ଟାବଲେଟ୍ ର ମୂଲ୍ୟ ସର୍ବାଧିକ ଖୁଚୁରାର ମୂଲ୍ୟ ୩.୬ ଟଙ୍କା ହେବ । ସେହିପରି ଦୁଇ ଏମଜି ଯୁକ୍ତ ଟାବଲେଟ୍ ର ମୂଲ୍ୟ ୫.୭୨ ଟଙ୍କା ହେବ ।

୨୫ ପ୍ରତିଶତ ଶକ୍ତିର ଏକ ମିଲି ଗ୍ଲୁକୋଜ୍ ଇଞ୍ଜେକ୍ସନର ମୂଲ୍ୟ ୧୭ ପଇସା ସ୍ଥିର ହୋଇଥିବାବେଳେ ୪୦ ଆଇୟୁ/ଏମଏଲ୍ ଶକ୍ତିର ଏକ ମିଲି ଇନସୁଲିନ୍ ଇଞ୍ଜେକ୍ସନ୍ ର ମୂଲ୍ୟ ୧୫.୦୯ ଟଙ୍କା ସ୍ଥିର କରାଯାଇଛି । ସେହିଭଳି, ୪୦ ଆଇୟୁ/ଏମଏଲ୍ ଶକ୍ତିର ଏନପିଏଚ୍ ସଲ୍ୟୁସନ୍ ଇନସୁଲିନ୍ ଇଞ୍ଜେକ୍ସନର ମୂଲ୍ୟ ମଧ୍ୟ ୧୫.୦୯ ଟଙ୍କା ସ୍ଥିର କରାଯାଇଛି।
ସେହିପରି ୫୦୦ ଏମଜି ମେଟାଫର୍ମିନ୍ ଇମିଡିଏଟ୍ ରିଲିଜ୍ ର ପ୍ରତି ଟାବଲେଟ୍ ର ମୂଲ୍ୟ ୧.୫୧ ଟଙ୍କା ହୋଇଥିବା ବେଳେ ୭୫୦ ଏମଜି ଯୁକ୍ତ ଟାବେଲଟ୍ ର ମୂଲ୍ୟ ୩.୦୫ ଟଙ୍କା ସ୍ଥିର କରାଯାଇଛି । ସେହିପରି ଏକ ଗ୍ରାମ ଷ୍ଟ୍ରେନ୍ଥ ଯୁକ୍ତ ମେଟାଫର୍ମିନ୍ ଟାବେଲଟ୍

ର ସର୍ବାଧିକ ଦାମ୍ ୩.୬୧ ଟଙ୍କା ରଖାଯାଇଛି । ମେଟାଫର୍ମିନ୍ କ୍ରଣ୍ଟ୍ରୋଲ୍ ରିଲିଜ୍ ଏକ ଗ୍ରାମ ଯୁକ୍ତ ପ୍ରତି ଟାବେଲଟ୍ ର ମୂଲ୍ୟ ୩.୬୬ ଟଙ୍କା ରହିଛି । ଏହାର ୭୫୦ ଏମଜି ଏବଂ ୫୦୦ ଏମଜିଯୁକ୍ତ ଟାବଲେଟ୍ ର ମୁଲ୍ୟ କ୍ରମଶଃ ୨.୪୦ ଟଙ୍କା ଓ ୧.୯୨ ଟଙ୍କା ପ୍ରତି ଟାବଲେଟ୍ ର ମୂଲ୍ୟ ସ୍ଥିର ହୋଇଛି ।

Get real time updates directly on you device, subscribe now.