fbpx

ପେନ୍‌ରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ, ବଢ଼ିଲା ଦାମ୍: ଚିନ୍ତାରେ ନର୍ମାତା ଓ ଗ୍ରାହକ

ମୁମ୍ବାଇ: ପେନ୍‌ରେ ୧୮% ଜିଏସ୍‌ଟି ଲଗାଯିବାରୁ ଏହାର ଦାମ୍‌ ବଢ଼ିଯାଇଛି । ଫଳରେ ଲୋକମାନେ ପେନ୍‌ କିଣିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ଜିଏସ୍‌ଟି କମ୍‌ କରିବା ଲାଗି ପେନ୍‌ ନିର୍ମାତାମାନେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି । ପୂର୍ବରୁ କେବଳ ଫାଉଣ୍ଟେନ୍‌ ପେନ୍‌ ଓ ଷ୍ଟାଇଲୋଗ୍ରାଫ୍‌ ପେନ୍‌ ଉପରେ ୧୮% ଜିଏସ୍‌ଟି ଲଗାଯାଇଥିଲା । ବଲ୍‌ ପେନ୍‌ ଉପରେ ୧୨ଧ ଜିଏସ୍‌ଟି ରହିଥିଲା । ୨୦୨୧ ଅକ୍ଟୋବର ଠାରୁ ସବୁ ପ୍ରକାର ପେନ୍‌ ଉପରେ ୧୮% ଜିଏସ୍‌ଟି ଲାଗୁ ହୋଇଛି । ଏବେ ପେନ୍‌ ହୋଲ୍ଡର, ପେନ୍‌? ସିଲ୍‌ ହୋଲ୍ଡର, କ୍ୟାପ୍‌ ଓ କ୍ଲିପ୍ ଆଦି ଉପରେ ମଧ୍ୟ ୧୮% ଜିଏସ୍‌ଟି ଲାଗୁ କରାଯାଇଛି ।

Get real time updates directly on you device, subscribe now.