ଚିଟଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖୁସି ଖବର, ଖୁବଶୀଘ୍ର କ୍ଷତିଗ୍ରସ୍ତ ଫେରିପାଇବେ ଟଙ୍କା

ଚିଟଫଣ୍ଡ୍‌ ଟଙ୍କା ଫେରସ୍ତ ନେଇ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର : ଚିଟଫଣ୍ଡ ଟଙ୍କା ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚିଟଫଣ୍ଡ୍‌ ଟଙ୍କା ଫେରସ୍ତ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ଚାଲିଛି । ଏନେଇ ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ତାଙ୍କ କହିବା ଅନୁସାରେ, ନୂଆ ସରକାର ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବେ । ପ୍ରକ୍ରିୟାକୁ ସରଳୀକରଣ ପାଇଁ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛୁ ।

ଏଯାବତ ୯୬ ହଜାର ୪୭୪ କ୍ଷତିଗ୍ରସ୍ତଙ୍କୁ ୪୫ କୋଟି ୯୬ ଲକ୍ଷ ଫେରସ୍ତ ହୋଇଛି । ଅବଶିଷ୍ଟ ଜମାକାରୀଙ୍କୁ ଫେରସ୍ତ ପାଇଁ ତ୍ବରିତ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କ୍ଷମତାକୁ ଆସିଲେ ସମସ୍ତ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଅର୍ଥ ରେସ୍ତ କରାଯିବ ବୋଲି ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା । ଆଜି ଏନେଇ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ଏକ ପ୍ରକାର କ୍ଷତିଗ୍ରସ୍ତଙ୍କ ପାଇଁଁ ଆଶ୍ବସ୍ତିକର ଖବର ଅଟେ । ୭ଟି ଅନ୍ତରୀଣ ରିପୋର୍ଟରେ ୪ ଲକ୍ଷ ୭୨ ହଜାର ୬୫୧ ଜଣଙ୍କୁ ସୁପାରିଶ କରିଥିଲେ କମିଶନ ।