fbpx

Video: ଠେଙ୍ଗା-ବାଡି ଧରି ଚିତାକୁ ଖୋଜୁଛନ୍ତି ଲୋକେ, କୁନୋ ଉଦ୍ୟାନରୁ ବାହାରି ଗାଁରେ ଲୁଚି ରହିଛି ବାଘ

ଭୋପାଲ: କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ, କୁନୋ ନ୍ୟାସନାଲ ପାର୍କରେ ଏକ ମାନ୍ଦା ଚିତାର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ଖବର ଆସି ପହଁଚିଛି ଯେ, ଏହି ପାର୍କର ଏକ ଚିତା ଅଭ୍ୟାରଣରୁ ବାହାରି ନିକଟସ୍ଥ ଗାଁରେ ପଶିଯାଇଛି । ଚିତା ନାମ ଓବାନ ବୋଲି କୁହାଯାଉଛି । ଗାଁ ଲୋକେ ଏହାକୁ ଦେଖି ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି । ବିଜୟପୁର ତହସିଲର ଗୋଲୀପୁରା ଏବଂ ଝାର ବଡୋଦା ଗାଁ ପାଖରେ ଏହି ଘଟଣା ଘଟିଛି । ଗ୍ରାମବାସୀ ଠେଙ୍ଗା-ବାଡି ନେଇ ଚିତାକୁ ଖୋଜିବାରେ ଲାଗିଛନ୍ତି । ୱାଇଲ୍ଡ ଲାଇଫର ଏକ ଟିମ୍ ମଧ୍ୟ ସେହି ଯାଗାରେ ଉପସ୍ଥିତ ଅଛନ୍ତି ।

ଓବାନ ନାମକ ଏକ ଚିତା ଅଭ୍ୟାରଣ ବାହାରକୁ ବାହାରି ଆସିଛି ଏବଂ ଅଭ୍ୟାରଣ ଟପିବା ପରେ ସେ ଜିଲେର ବିଜୟପୂର ତହସିଲର ଗୋଲୀ ପୂରା ଏବଂ ଝାଡ ବଡୋଦା ଗାଁ ପାଖରେ ପହଁଚିଛି । ଗାଁର ବିଲରେ ଗ୍ରାମବାସୀ ଏହି ଚିତାକୁ ଦେଖି ଡରି ଯାଇଛନ୍ତି । ଏହାପରେ ସୁରକ୍ଷା ଦୃଷ୍ଟିରୁ ସମସ୍ତ ଗ୍ରାମୀଣ ନିଜ ହାତରେ ଠେଙ୍ଗା-ବାଡି ଧରି ଚିତାକୁ ଖୋଜୁଛନ୍ତି । ଏହାକୁ ବନ ବିଭାଗ ସୂଚନା ଦେଇଛନ୍ତି ।

ଏହି ଘଟଣା ଯେତେବେଳେ ବନ ବିଭାଗଙ୍କ ପାଖକୁ ଯାଇଥିଲା ସେତେବେଳେ ତାଙ୍କ ହୋସ ଉଡିଯାଇଥିଲା । ଏହାପରେ ସେ ସଙ୍ଗେସଙ୍ଗେ ବନ ବିଭାଗର ଅଧିକାରୀ ଫୋର୍ସ ସହିତ ମିଶି ସେଠାରେ ପହଁଚିଥିଲେ । ଏହାପରେ ଚିତା ବିଲରେ ବସିଥିବା ନଜର ଆସିଥିଲା । ବିଭାଗ ଏବଂ ତାଙ୍କ ଟିମ ଦ୍ୱାରା ରେସ୍କ୍ୟୂ କରାଯିବ । ତାକୁ ସୁରକ୍ଷିତ ଭାବରେ ଧରାଯିବ ବୋଲି ସମ୍ଭାବନା ରହିଛି ।

Get real time updates directly on you device, subscribe now.