fbpx
BJD SKY
BJD SKY

ଫେବୃଆରୀ ୧ରେ ଖୋଲିବ ସିନେମା ହଲ୍

BJD

ନୂଆଦିଲ୍ଲୀ, ୩୧ା୧: କରୋନା ପାଇଁ ଦେଶରେ ସମସ୍ତ ସିନେମା ହଲ ବନ୍ଦ ହୋଇ ରହିଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ କରୋନାକୁ ନେଇ ସୁଧାର ଆସିବା ପରେ କଟକଣା କୋହଳ କରାଯାଇଛି । ଆସନ୍ତା ଫେବୃଆରୀ ୧ ତାରିଖରୁ ସାରା ଦେଶରେ ସିନେମା ହଲ ଖୋଲିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ସମଗ୍ର ଦେଶରେ ଫେବୃଆରୀ ୧ରେ ସିନେମା ହଲ ଖୋଲିବ । ଏଥିସହ କୋଭିଡ ସମ୍ପର୍କିତ ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରାଯିବ । କେନ୍ଦ୍ର ସରକାର ଦର୍ଶକଙ୍କୁ ଅନଲାଇନ ଟିକେଟ ବୁକିଂ ପାଇଁ ପରାମର୍ଶ ଦେଇଛନ୍ତି । ତେବେ ଦୁଇଟି ଶୋ ପରେ କିଛି ସମୟ ବ୍ୟବଧାନ ରଖିବାକୁ କୁହାଯାଇଛି ।

Get real time updates directly on you device, subscribe now.