fbpx

ଜେଲ ଭିତରେ କଏଦୀଙ୍କ ମଧ୍ୟରେ ସଂଘର୍ଷ; ୨ ମୃତ, ଦୁଇ ଗୁରୁତର

ଚଣ୍ଡିଗଡ଼: ପଞ୍ଜାବର ସଂଗରୁର ଜେଲରେ ବନ୍ଦୀମାନଙ୍କ ମଧ୍ୟରେ ସଂଘର୍ଷ ହେବାର ମାମଲା ସାମ୍ନାକୁ ଆସିଛି । ଜେଲରେ ୪ ଜଣ କଏଦୀଙ୍କ ମଧ୍ୟରେ ଜୋରଦାର ସଂଘର୍ଷ କାରଣରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକ ଦୁଇ ଜଣ ହର୍ଷ ଏବଂ ଧର୍ମେନ୍ଦ୍ର ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

ସୂତ୍ରରୁ ପ୍ରକାଶ ଶୁକ୍ରବାର ଦୁଇ କଏଦୀ ଗୋଷ୍ଠିଙ୍କ ମଧ୍ୟରେ କୌଣସି ବିଷୟକୁ ନେଇ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷ ଏତେ ତୀବ୍ର ଥିଲା ଯେ କଏଦୀମାନେ ଗମ୍ଭୀର ଭାବେ ଆହତ ହୋଇଥିଲେ । ଖବର ପାଇ ଜେଲରେ ନିୟୋଜିତ ଡାକ୍ତର ସେମାନଙ୍କୁ ପ୍ରଥମେ ସଙ୍ଗରୁର ସରକାରୀ ହସ୍ପିଟାଲ ନେଇଥିଲେ । ସେଠିକାର ଡାକ୍ତରଙ୍କ କହିବାନୁଯାୟୀ ହସ୍ପିଟାଲ ଆସିବା ପୂର୍ବରୁ ଦୁଇ କଏଦୀଙ୍କ ମୃତ୍ୟୁ ହୋଇ ସାରିଥିଲା । ପରେ ଅନ୍ୟ ଦୁଇ ଗୁରୁତର କଏଦୀଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲ ରେଫର କରାଯାଇଥିଲା । ତେବେ ଗୁରୁତର ଦୁଇ ଜଣ ଗଗନଦୀପ ସିଂହ ଏବଂ ମୋହମ୍ମଦ ଶାହବାଜ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.