fbpx

ରାମ ନବମୀରେ ପଶ୍ଚିମବଙ୍ଗ ହିଂସା ମାମଲା: ନିର୍ବାଚନ ଆୟୋଗଙ୍କ ବଡ଼ ଆକ୍ସନ, ନିଲମ୍ବିତ ହେଲେ ପୋଲିସ ଅଫିସର

କୋଲକାତା: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ରାମ ନବମୀରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକୁ ରୋକିବାରେ ଅସଫଳ ହୋଇଥିବା ଦୁଇ ପୋଲିସ ଥାନାର ପ୍ରଭାରୀଙ୍କୁ ନିଲମ୍ବନ କରାଯାଇଛି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଶକ୍ତିପୁର ଏବଂ ବେଲଡାଗା ପୋଲିସ ଥାନାର ପ୍ରଭାରୀ ନିର୍ଦ୍ଦେଶ ସତ୍ତ୍ୱେ ଧାର୍ମିକ ହିଂସାକୁ ରୋକିବାରେ ଅସଫଳ ରହିଛନ୍ତି । ରାମ ନବମୀ ଶୋଭାଯାତ୍ରା ସମୟରେ ହିଂସା ଘଟଣା ହୋଇଥିଲା । ମୁର୍ଶିଦାବାଦ ସହ ମେଦିନୀପୁରରେ ମଧ୍ୟ ହିଂସା ଘଟଣାମାନ ହୋଇଥିଲା ।

ଜଣେ ଅଧିକାରୀ କହିଛନ୍ତି ଯେ, ଦୁଇ ଅଧିକାରୀ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ରହିବେ ଏବଂ ନିର୍ବାଚନ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିପାରିବେ ନାହିଁ । ସମ୍ବନ୍ଧୀତ ଅଧିକାରୀମାନଙ୍କୁ ଦୁଇ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରିବା ଆବଶ୍ୟକ । ସେ କହିଛନ୍ତି ଯେ, ନିର୍ବାଚନ ଆୟୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ପାଇଁ ନାମ ପଠାଇବାକୁ କହିଛନ୍ତି । ତେବେ ପଶ୍ଚିମବଙ୍ଗର ରାମ ନବମୀ ଅବସରରେ ଦୁଇଟି ସ୍ଥାନରେ ହିଂସା ହୋଇଥିଲା । ମୁର୍ସିଦାବାଦ ଜିଲ୍ଲାର ବେଲଡଙ୍ଗା ସହରରେ ଏକ ଶୋଭାଯାତ୍ରା କରାଯିବା ପରେ ହିଂସା ଘଟିଥିଲା ।

Get real time updates directly on you device, subscribe now.