fbpx

Over Exercise ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ସୁସ୍ଥ ଜୀବନଶୈଳୀ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗାସନ, ବ୍ୟାୟାମ, ମର୍ଣ୍ଣିଂ ୱାକ୍ ଲାଭଦାୟକ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ପ୍ରତିଦିନ ଅତି କମରେ ଅଧଘଣ୍ଟା ଶାରୀରିକ ବ୍ୟାୟାମ କରିବା ଉଚିତ । ଏହା ଦ୍ୱାରା ବ୍ୟକ୍ତି ମାନସିକ ଭାବେ ଶାନ୍ତ ଏବଂ ଷ୍ଟ୍ରେସ୍ ଫ୍ରି ରହିଥାଏ । ଆଜିକାଲି ଅଧିକାଂଶ ଯୁବବର୍ଗମାନେ ଜିମ୍ ଯାଉଥିବାର ନଜିର ରହିଛି । କିନ୍ତୁ ବେଳେ ବେଳେ ସେମାନେ ଓଭର ଏକ୍ସାଇଟମେଣ୍ଟରେ ଅଧିକ ସମୟ ପର୍ଯ୍ୟନ୍ତ ୱାର୍କଆଉଟ୍ କରିଥାନ୍ତି । ବେଳେ ବେଳ ସେମାନେ ଟ୍ରେନର କିମ୍ବା ଏକ୍ସପର୍ଟଙ୍କ ବିନା ପରାମର୍ଶରେ ଏପରି କରିଥାନ୍ତି । ଏପରି କରିବା ଶରୀର ଉପରେ ଚାପ ପକାଇଥାଏ ଯାହା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ । ତେବେ ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ Over Exercise କରିବା ଦ୍ୱାରା କ’ଣ ସବୁ କ୍ଷତି ହୋଇଥାଏ ।

– ବ୍ୟାୟାମ କଲେ ଶରୀରକୁ ଉର୍ଜ୍ଜା ମିଳିଥାଏ କିନ୍ତୁ ଅଧିକ ୱାର୍କଆଉଟ୍ କରିବା ଦ୍ୱାରା ଅଧିକ କ୍ୟାଲୋରି କ୍ଷୟ ହୋଇଥାଏ । ଫଳରେ ଥକ୍କାପଣ ଅନୁଭବ ହୋଇଥାଏ ।

– ଭାରି ୱାର୍କଆଉଟ୍ କିମ୍ପା ଅଧିକ ସମୟ ପର୍ଯ୍ୟନ୍ତ ୱାର୍କଆଉଟ୍ କରିବା ଦ୍ୱାରା ହୃଦୟର ମାଂସପେଶୀ ଦୁର୍ବଳ ହୋଇଥାଏ । ଏହା ହୃଦସ୍ପନ୍ଦନକୁ ପ୍ରଭାବିତ କରିଥାଏ ।

– ଅଧିକାଂଶ ସମୟରେ ଅଧିକ ୱାର୍କଆଉଟ୍ କରିବା ଦ୍ୱାରା ଓଜନ ବୃଦ୍ଧି କିମ୍ବା ହ୍ରାସ ହୋଇଥାଏ ।

– ଏହା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ଆଶଙ୍କା ଦେଖାଦେଇଥାଏ । ଏଭଳି ସ୍ଥିତିରେ ଆପଣଙ୍କୁ ଇନଫେକ୍ସନ ଏବଂ ରୋଗ ହେବାର ସମ୍ଭାବନା ବୃଦ୍ଧି ହୋଇଥାଏ ।

– ଅଧିକ ଥକ୍କାପଣ କାରଣରୁ କମ୍ ଅକ୍ଟିଭ ରହିବେ । ଏହା ବ୍ୟତୀତ ଚିଡ଼ଚିଡ଼ାପଣ ଏବଂ ଷ୍ଟ୍ରେସ୍ ବଦ୍ଧି ହୋଇଥାଏ ।

– କ୍ଷମତାରୁ ଅଧିକ ୱାର୍କଆଉଟ୍ କରିବା ଦ୍ୱାରା ଶରୀରର ମାଂସପେଶୀ ଏବଂ ଟିସ୍ୟୁ ଡ୍ୟାମେଜ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ତେଣୁ କୌଣସି ଏକ୍ସପର୍ଟଙ୍କ ତଦାରଖରେ ୱାର୍କଆଉଟ୍ କରନ୍ତୁ ।

Get real time updates directly on you device, subscribe now.