fbpx

ରାଜ୍ୟର ୧୦୬ଟି ହାଇସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ: ଚଳିତ ଶିକ୍ଷାବର୍ଷରେ ଆରମ୍ଭ ହେବ ଆଡମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲିବ ଏକାଦଶ ଶ୍ରେଣୀ । ଏଥିସହିତ ଆଡମିଶନ ମଧ୍ୟ ଆରମ୍ଭ ହେବ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ କୃଷି ଭବନଠାରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକାଦଶ ଶ୍ରେଣୀ ଖୋଲିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଯୋଗଦେଇ କହିଥିଲେ, ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ନିର୍ମାଣ, ରେଗୁଲାର ଶିକ୍ଷକ ନଯୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ମାତ୍ର ଏଥିପାଇଁ ସମୟର ଆବଶ୍ୟକତା ରହିଥିବାରୁ ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକରେ ଉପଲବ୍ଧ ଶ୍ରେଣୀଗୃହରେ ଏକାଦଶ ଶ୍ରେଣୀ ଚିହ୍ନଟ କରିବା ଦରକାର । ଆବଶ୍ୟକ ପଡ଼ିଲେ ସକାଳୁଆ ଶିକ୍ଷ।।ଦାନ ବ୍ୟବସ୍ଥା କରାଯାଉ । ଏଥିସହିତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ବସିବା ଚେୟାର, ଟେବୁଲର ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ କହିଥିଲେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଉନ୍ନୀତ ବିଦ୍ୟାଳୟ ଖୋଲିବା କ୍ଷେତ୍ରରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ ଦାୟିତ୍ୱ ଉପରେ ମତାମତ ଦେଇଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମସ ପୋର୍ଟାଲ ଜରିଆରେ ଅନଲାଇନ ଆଡମିଶନ ଉପରେ ପ୍ରଧାନ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯାଇଥିଲା । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ସିଏଚଏସଇ ଉପାଧ୍ୟକ୍ଷ, ଓସେପା ଯୁଗ୍ମ ନିର୍ଦ୍ଦେଶକ, ୩୦ଟି ଜିଲ୍ଲାର ଡିଇଓ, ଅତିରିକ୍ତ ଡିଇଓ, ୧୦୬ଟି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସମେତ ବହୁ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.