fbpx
BJD SKY
BJD SKY

ସରକାରୀ ସ୍କୁଲରେ ଲଜ୍ଜା: ଟଏଲଟରେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

BJD

ପାଟନା: ସରକାରୀ ସ୍କୁଲରେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ । ଏଭଳି ଏକ ଲୋମହର୍ଷଣ ଘଟଣା ଦେଖିବାକୁ ମିଳିଛି । ଘଟଣା ଘଟିଛି ବିହାର ବେଗୁସରାୟର ଜିଲ୍ଲାରେ । ଯେଉଁଠାରେ ଜଣେ ଦ୍ୱିତୀୟ ଶ୍ରେଣୀର ଝିଅକୁ ସ୍କୁଲରେ ଦୁଷ୍କର୍ମ କରିଛି ସ୍କୁଲର ସ୍ୱିପର । ତାହାବି ପୁଣି ସରକାରୀ ସ୍କୁଲରେ ।

ଏକ ରିପୋର୍ଟ ଅନୂଯାୟୀ  ଅଭିଯୁକ୍ତ ଜଣକ ଝିଅଟିକୁ ଟଏଲଟେରେ ଏକୁଟିଆ ପାଇ ତା’ ସହ ଦୁଷ୍କର୍ମ କରିଥିଲା । ଆଉ ଯେତେବେଳେ ଅନ୍ୟ ପିଲା ସେଠାକୁ ଆସୁଥିବା ଜାଣିଥିଲା ଅଭିଯୁକ୍ତ ଜଣକ ସେଠାରୁ ଫେରାର ହୋଇଯାଇଥିଲା । ସବୁଠୁ ବଡ଼ କଥା ହେଲା ଯେତେବେଳେ ଦୁଇ ମହିଳା ଶିକ୍ଷକ ଆସିଥିଲେ ଏବଂ  ସେମାନେ ଘଟଣା ଜାଣିବା ପରେ ଝିଅକୁ ବିସ୍କୁଟ ପ୍ୟାକେଟ୍ ଧରାଇ ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ ଘଟଣା କାହାରିକୁ ନ କହିବାକୁ କହିଥିଲେ ।

ସେପେଟେ ଘଟଣା ଜାଣିବା ପରେ ପୀଡ଼ିତାଙ୍କ ବାପା ଏବଂ ସମ୍ପର୍କୀୟ ସ୍କୁଲକୁ ଅଭିଯୋଗ ପାଇଁ ଯାଇଥିବାବେଳ ସେମାନଙ୍କୁ ମହିଳା ଶିକ୍ଷକଙ୍କ ସ୍ୱାମୀ ପିଟିଥିବା ଅଭିଯୋଗ ହୋଇଛି । ଘଟଣା ୨୭ ଅଗଷ୍ଟର । ତେବେ ପରେ ଘଟଣା ଗ୍ରାମବାସୀ ଜାଣିବା ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏନଏଚ-୩୧ ଅବରୋଧ କରିଥିଲେ । ଅଭିଯୋଗ ହୋଇଛି ଯେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ସ୍କୁଲ ପରିଚାଳନା ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି ।

ଘଟଣାକୁ ନେଇ ମାମଲା ରୁଜୁ ହୋଇଛି । ପୋଲିସ୍ ଘଟଣାରେ ଅଭିଯୁକ୍ତ ଏବଂ ସ୍କୁଲ ହେଡମାଷ୍ଟରଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.