fbpx

କୋଭିଡ୍ ବିରୋଧୀ ଔଷଧ ନିକ୍ଲୋସାମାଇଡର ଆରମ୍ଭ ହେଲା କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ସିଏସଆଇଆର ଇଣ୍ଡିଆ ଏବଂ ଲକ୍ସାଇ ଲାଇଫ୍ ସାଇନ୍ସ ପକ୍ଷରୁ ଆରମ୍ଭ ହେଲା ନିକ୍ଲୋସାମାଇଡ୍ (Nicolsamide) ଔଷଧର କ୍ଲିନିକାଲ ଟ୍ରାଏଲ । ଏହି ଔଷଧର ପ୍ରଭାବ, ନିରାପତ୍ତା ଏବଂ ସହନଶୀଳତାକୁ ଆକଳନ କରିବା ପାଇଁ ନିକ୍ଲୋସାମାଇଡ୍ ଔଷଧର କ୍ଲିନିକାଲ ଟ୍ରାଏଲ କରାଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଏବଂ ବୈଷୟିକ ବିଭାଗ ଏହି ସୂଚନା ଦେଇଛି । ନିକ୍ଲୋସାମାଇଡ ଔଷଧକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅତ୍ୟାବଶ୍ୟକ ଔଷଧ ତାଲିକାରେ ରଖିଛି । ବିଜ୍ଞାନ ଏବଂ ବୈଷୟିକ ବିଭାଗର ସୂଚନା ଅନୁଯାୟୀ, ଏହାର ସୁରକ୍ଷା ପ୍ରୋଫାଇଲ୍ ସମୟ ସହିତ ପରୀକ୍ଷା କରାଯାଇଛି ଏବଂ ବିଭିନ୍ନ ଡୋଜ୍ ସ୍ତରରେ ମାନବ ବ୍ୟବହାର ପାଇଁ ନିରାପଦ ଥିବା ଜଣାପଡିଛି । ଏହି ଔଷଧ ସଂକ୍ରମଣରେ ବ୍ରେକ୍ ଲଗାଇବାରେ ବ୍ୟବହାର ହୋଇପାରିବ ବୋଲି ଜଣାପଡିଛି ।

ତେବେ କେନ୍ଦ୍ର ସରକାର ନିକ୍ଲୋସାମାଇଡର ଦ୍ୱିତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷାକୁ ଅନୁମୋଦନ ଦେଇ ସାରିଛନ୍ତି। କିନ୍ତୁ ଏହା କେବଳ ବୟସ୍କ ରୋଗୀଙ୍କ ଉପରେ ବ୍ୟବହୃତ ହେଉଛି । ବିଜ୍ଞାନ ଏବଂ ବୈଷୟିକ ବିଭାଗର ସୂଚନା ଅନୁଯାୟୀ, ଏହାର ସୁରକ୍ଷା ପ୍ରୋଫାଇଲ୍ ସମୟ ସହିତ ପରୀକ୍ଷା କରାଯାଇଛି ଏବଂ ବିଭିନ୍ନ ଡୋଜ୍ ସ୍ତରରେ ମାନବ ବ୍ୟବହାର ପାଇଁ ନିରାପଦ ଥିବା ଜଣାପଡିଛି ।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର ଅଫ ଇଣ୍ଡିଆ (ଡିସିଜିଆଇ) କରୋନାର ଚିକିତ୍ସା ପାଇଁ 2-DGକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । 2-DGକୁ ଡିଆରଡିଓ ଏବଂ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡ୍ଡୀ ଲ୍ୟାବ ମିଳିତ ଭାବରେ ତିଆରି କରିଛନ୍ତି । ତେବେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି ଔଷଧର ବ୍ୟବହାର ଦ୍ୱାରା ଅକ୍ସିଜେନର ବ୍ୟବହାର କମ୍ ହୋଇପାରୁଛି । ରୋଗୀ ବିନା ଅକ୍ସିଜେନ୍ ରେ ସୁସ୍ଥ ହୋଇପାରୁଛି ।

Get real time updates directly on you device, subscribe now.