fbpx
BSKY
BJD SHG SKY
BJD YOUTH SKY

Gaming App ଜରିଆରେ ମିଳିଲା ହଜିଲା ଝିଅର ସୁରାଗ: ଏମିତି ଖୋଜି ବାହାର କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ଆଜିକାଲିର ସ୍ମାର୍ଟଫୋନ ଯେତିକି ଖତରନାକ ସେତିକି ଲାଭଦାୟକ । କେବଳ ଯେ ଏହାଦ୍ୱାରା ଖରାପ ପ୍ରଭାବ ପଡିଥାଏ ତାହା ନୁହେଁ, ଏହାଦ୍ୱାରା ଅନେକ କାମ ସହଜରେ ଏବଂ ଶୀଘ୍ର ହୋଇଯାଇପାରେ । ସେମିତି ଏକ ଘଟଣା ଘଟିଛି ଦିଲ୍ଲୀ ପୋଲିସ ସହିତ । ଜଣେ ନିରୁଦ୍ଦିଷ୍ଟ ଝିଅର ସନ୍ଧାନ ଖୋଜି ବାହାର କରିଛି ଦିଲ୍ଲୀ ପୋଲିସ । ତେବେ ଏହି କେସକୁ ସମାଧାନ କରିବା ପାଇଁ ପୋଲିସକୁ ସାହାଯ୍ୟ କରିଛି ମୋବାଇଲ ଗେମିଙ୍ଗ ଆପ୍ ।

୧୬ ବର୍ଷର ଜଣେ ନାବାଳିକାଙ୍କ ନିଖୋଜ ହେବା ନେଇ ଦିଲ୍ଲୀ ପୋଲିସକୁ ଅଭିଯୋଗ ମିଳିଥିଲା । ଏହାପରେ ପୋଲିସ ତରଫରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ନାବାଳିକାଙ୍କ ପାଖରେ କୌଣସି ଗ୍ୟାଜେଟ ନଥିବାରୁ ଟେକ୍ନିକାଲ ଉପାୟରେ ତାଙ୍କୁ ଖୋଜିବା ଅସମ୍ଭବ ହୋଇ ପଡିଥିଲା । ସର୍ବପ୍ରଥମେ ନାବାଳିକାଙ୍କ ମୋବାଇଲ ଯାଞ୍ଚ କରିବାରୁ ସେ ଫ୍ରି ଫାୟାର ଅନଲାଇନ ଗେମ୍ ଖେଳୁଥିବାର ଜାଣିବାକୁ ପାଇଥିଲା ପୋଲିସ । ଯାହାଦ୍ୱାରା ନାବାଳିକା ଜଣକ ଅନ୍ୟ ଖେଳାଳିମାନଙ୍କ ସହିତ ସମ୍ପର୍କରେ ରହିଥିଲେ ।

ଯାଞ୍ଚ ସମୟରେ ରାଜସ୍ଥାନର ବିକ୍ରମ ଚୌହାନ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ସମ୍ପର୍କ ଥିବା ପୋଲିସ ଜାଣିବାକୁ ପାଇଥିଲା । ତେଣୁ ବିକ୍ରମଙ୍କୁ ଏ ନେଇ ପଚରାଉଚରା କରିବାରୁ ନାବାଳିକା ଜଣକ ଏକ ଅଟୋ ରିକ୍ସା ଚାଳକଙ୍କ ମୋବାଇଲରୁ ତାଙ୍କୁ ଫୋନ କରିଥିବା ସେ କହିଥିଲେ । ନୂଆଦିଲ୍ଲୀର ସରୋଜିନୀ ମାର୍କେଟ ନିକଟରେ ଥିବା ରାମ ମନ୍ଦିରରେ ଥିବା ପୋଲିସକୁ ସୂଚନା ଦେଇଥିଲେ ବିକ୍ରମ । ତେବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ବି ପୋଲିସକୁ କିଛି ସୁରାଗ ମିଳିନଥିଲା ।

ଏହାପରେ ଆଉ ଏକ ନମ୍ବରରୁ ପିକ୍ରମଙ୍କୁ ସମ୍ପର୍କ କରିଥିଲେ ନାବାଳିକା । ମୋବାଇଲ ନମ୍ବରକୁ ସର୍ଭିଲାନ୍ସରେ ରଖି ଗୁରୁଦ୍ୱାରା ବଙ୍ଗଳାରେ ପହଞ୍ଚିଥିଲା ପୋଲିସ । ତେବେ ଏଠାରେ ଖୋଜାଖୋଜି କରିବାରୁ ମଧ୍ୟାହ୍ନ ପ୍ରାୟ ୨.୩୦ରେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି । ମୋବାଇଲ ଗେମିଙ୍ଗ ଆପ୍ ଜରିଆରେ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି ଦିଲ୍ଲୀ ପୋଲିସ ।

Get real time updates directly on you device, subscribe now.