fbpx

କମ୍ ବୟସରେ ହୋଇଯାଇଛି କି ଆପଣଙ୍କ ପିଲାଙ୍କୁ ପ୍ରେମ? ଜାଣିବା ପରେ ଏହି ଭୁଲ୍ କରନ୍ତୁ ନାହିଁ ପ୍ୟାରେଣ୍ଟ୍ସ

ଭାରତୀୟ ପ୍ୟାରେଣ୍ଟ୍ସମାନଙ୍କୁ ଏହା କେବେବି ପସନ୍ଦ ହୋଇନଥାଏ ଯେ ତାଙ୍କ ପିଲାମାନେ କାହା ସହ ରିଲେସନର ରୁହନ୍ତୁ । ଖାସକରି ସେତେବେଳେ ଯେତେବେଳେ ପିଲା କମ୍ ବୟସର ହୋଇଥାନ୍ତି । ପିଲାଙ୍କ ରିଲେସନ ବିଷୟରେ ଜଣା ପଡ଼ିଲେ ଅଧିକାଂଶ ପ୍ୟାରେଣ୍ଟ୍ସମାନେ ରାଗିଯାଇଥାନ୍ତି । ଆଉ ଏହି ରାଗକୁ ନେଇ ଅଭିଭାବକ ମାନେ ପିଲାଙ୍କ ଉପରେ ନାନା ପ୍ରତିବନ୍ଧକ ଲଗାଇଥାନ୍ତି ।

ଅନେକ ଲୋକ ପିଲାଙ୍କୁ କଠୋର ଦଣ୍ଡ ଦେଇଥାନ୍ତି କିଛି ସେମାନଙ୍କୁ ବାହାରକୁ ଯିବାକୁ ଦେଇନଥାନ୍ତି ପୁଣି ମୋବାଇଲ ଫୋନ୍ ମଧ୍ୟ ବ୍ୟାନ୍ କରିଦିଅନ୍ତି । ଏହି ସବୁ ପ୍ରତିବନ୍ଧକକୁ ନେଇ ଅନେକ ସମୟରେ ପିଲାମାନେ ବହୁତ ଡରିଯାଇଥାନ୍ତି ଏବଂ ପ୍ୟାରେଣ୍ଟସଙ୍କୁ ନିଜର କଥା ଶେୟାର କରିବାକୁ ଡରିଥାନ୍ତି । ଅନେକ ସମୟରେ ରିଲେସନସିପ୍ ବିଷୟରେ ଜାଣିବା ପରେ ପ୍ୟାରେଣ୍ଟ୍ସମାନେ ସେମାନଙ୍କ ପିଲାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥାନ୍ତି । ଯାହାଫଳରେ ପିଲାମାନେ ନିଜର ସ୍ୱାଧୀନତା ପାଇବା ପାଇଁ ଆତ୍ମହତ୍ୟା କିମ୍ବା ହତ୍ୟା ଭଳି ପଦକ୍ଷେପ ନେଇଯାଇଥାନ୍ତି ।

ଏମିତିରେ ପ୍ରଶ୍ନ ଉଠୁଛି ଯଦି ପିଲାଙ୍କ କୌଣସି ରୋମାଣ୍ଟିକ୍ ରିଲେସନସିପ୍ ର ସାମ୍ନା କରୁଛନ୍ତି ତେବେ ମାତା-ପିତାଙ୍କୁ ଏଭଳି ପରିସ୍ଥିତର ସାମ୍ନା କିପରି କରିବେ । ଏମିତିରେ ଆସନ୍ତୁ ଜାଣିବା କୈଶୋର ଅବସ୍ଥାରେ ହେଉଥିବା ପ୍ରେମ ତଥା ରିଲେସନସିପକୁ କେମିତି ଡିଲ୍ କରିପାରିବେ ପ୍ୟାରେଣ୍ଟସ ।

  • ସାଧାରଣତଃ ମାତା-ପିତାଙ୍କୁ ପିଲାଙ୍କ ରିଲେସନସିପ୍ ବିଷୟରେ ଜଣାପଡ଼ିଲେ ସେତେବେଳେ ସେମାନେ ରାଗିକରି ପରିସ୍ଥିତିକୁ ଅଧିକ ଖରାପ କରିଦେଇଥାନ୍ତି ଫଳରେ କଥା ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡ଼ିଯାଇଥାଏ । ଏମିତିରେ ଏହା ଜାଣିବା ଜରୁରୀ ଯେ ଆପଣଙ୍କ ପିଲା ବଡ଼ ହେଉଛନ୍ତି ଏପରି ସ୍ଥିତିରେ ଆପଣ ସେମାନଙ୍କୁ ବାଡେଇ ଧମକାଇ ମନେଇପାରିବେନାହିଁ ।
  • କିଶୋରାବସ୍ଥା ଏଭଳି ଷ୍ଟେଜ୍ ହୋଇଥାଏ ଯେଉଁଥିରେ ପିଲାଙ୍କ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହି ସ୍ଥିତିରେ କାହପ୍ରତି ଆକର୍ଷିତ ହେବା ସାଧାରଣ କଥା । ଏମିତିରେ ମାତା-ପିତା ପିଲାଙ୍କୁ ବୁଝନ୍ତୁ ଏବଂ ତାଙ୍କୁ ସ୍ନେହରେ ବୁଝାନ୍ତୁ । ଯଦି ଆପଣ ଚାହୁଛନ୍ତି ପିଲା ଆପଣଙ୍କ ସହ ଖୋଲାମନରେ କଥା ହେଉ, ତେବେ ଆପଣଙ୍କୁ ପିଲାଙ୍କୁ ଏହି ବିଶ୍ୱାସ ଦେବାକୁ ହେବ ଯେ ଆପଣ ତାଙ୍କ ସହ ଅଛନ୍ତି ।
  • ଯେତେବେବେଳେ ଆପଣ ନିଜ ପିଲାଙ୍କ ସହ ପିତା-ମାତା ଭଳି କଥାବାର୍ତ୍ତା କରିବେ ସେତେବେଳେ ଆପଣଙ୍କ ପିଲା ଆପଣଙ୍କୁ ଅନେକ କଥା ଲୁଚାଇପାରନ୍ତି । କାରଣ ରିଲେସନସିପ୍ ବିଷୟରେ ଜଣାପଡ଼ିବା ପରେ ସେମାନଙ୍କ ମୁଣ୍ଡରେ ଅନେକ କଥା ଚାଲୁଥାଏ । ଯେମିତିକି ଏବେ କ’ଣ ହେବ, ଲୋକେ କ’ଣ କହିବେ ଇତ୍ୟାଦି ।
  • ମାତା-ପିତା ଧ୍ୟାନ ରଖନ୍ତୁ ଯେ  ପିଲାଙ୍କୁ କ୍ରୋଧ ନଆସୁ । ଏମିତିରେ ମାତା-ପିତା ନିଜ ପିଲାଙ୍କୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରିଥାନ୍ତି ଏବଂ ଦଣ୍ଡ ମଧ୍ୟ ଦେଇଥାନ୍ତି । ଫଳରେ ପିଲାମାନେ ସବୁକାମ ମାତା-ପିତାଙ୍କ ଠାରୁ ଲୁଚାଇ କରିଥାନ୍ତି ଏବଂ ସେମାନଙ୍କ ଠାରୁ ଦୂରେଇ ରହିଥାନ୍ତି ।
  • ଯେତେବେଳେ ମାତା-ପିତାଙ୍କୁ ପିଲାଙ୍କ ରିଲେସନସିପ୍ ବିଷୟରେ ଜାଣିବା ପରେ ସେମାନଙ୍କ ପାଇଁ ମଞ୍ଜୁରୀ ଦେବା ସହଜ ହୋଇନଥାଏ । ଏମିତିରେ ସିଧା ମନା କରିବା ବଦଳରେ ସେମାନଙ୍କ ସହ ଏହି ପ୍ରସଙ୍ଗରେ ଭଲ ଭାବରେ କଥା ହୁଅନ୍ତୁ । ପ୍ରଥମେ ନିଜ ମୁଣ୍ଡ ଥଣ୍ଡା ରଖନ୍ତୁ । ଏବଂ ଶାନ୍ତିପୂର୍ବକ ସେମାନଙ୍କ ସହ କଥା ହୁଅନ୍ତୁ । ଏବଂ ପ୍ରଥମେ ମାତାପିତା ଏହି ପ୍ରସଙ୍ଗରେ ଭଲ ଭାବରେ କଥା ହୁଅନ୍ତୁ ।
  • ମାତା-ପିତା ହୋଇଥିବା କାରଣରୁ ଆପଣଙ୍କୁ ଆପଣଙ୍କ ପିଲାର ପ୍ୟୁବର୍ଟୀ ସମୟରେ ହେଉଥିବା ପରିବର୍ତ୍ତନକୁ ବୁଝିବା ଜରୁରୀ ହୋଇଥାଏ । ସାଧାରଣତଃ ଲୋକେ ପ୍ୟୁବର୍ଟୀ ସମୟରେ ପିଲାର ଶରୀରର ହେଉଥିବା ପରିବର୍ତ୍ତନ ବିଷୟରେ ଜାଣିଥାନ୍ତି କିନ୍ତୁ ମାନସିକ ପରିବର୍ତ୍ତନ ବିଷୟରେ ଅଜ୍ଞାତ ରହିଥାନ୍ତି । ଏମିତିରେ ଜରୁରୀ ଯେ ଆପଣ ଆପଣଙ୍କୁ ପିଲାଙ୍କ ଫିଲିଙ୍ଗ୍ସକୁ ବୁଝନ୍ତୁ । କାରଣ ଏହି ସମୟରେ ପିଲାମାନେ ଅଧିକ ଇମୋସନାଲ ହୋଇଥାନ୍ତି । କିଶୋରାବସ୍ଥା ଏପରି ଏକ ଷ୍ଟେଜ୍ ଯେଉଁଠାରେ ପିଲାମାନେ ମାତା-ପିତାଙ୍କଠାରୁ ଅଲଗା ହୋଇ ନିଜର ସ୍ୱାଧୀନତା ଅନୁଭବ କରିବାକୁ ଚାହିଥାନ୍ତି । ଏହି ଷ୍ଟେଜ୍ରେ ଆପଣ ସେମାନଙ୍କ ସହ ମାତା-ପିତା କମ୍ ବନ୍ଧୁ ଭଳି ଆଚରଣ କରନ୍ତୁ । ଫଳରେ ଆପଣ ବୁଝିପାରିବେ ପିଲାଙ୍କର ଆବଶ୍ୟକତା । କିନ୍ତୁ ଏହି ସମୟରେ ତାଙ୍କ ଉପରେ ଚାପ ପକାନ୍ତୁ ନାହିଁ ।
  • ଅନେକ ସମୟରେ ମାତା-ପିତା ଏହି ପ୍ରସଙ୍ଗକୁ ନେଇ କଥା ହେବାକୁ ପସନ୍ଦ କରିନଥାନ୍ତି । କିନ୍ତୁ ଏହା ଜରୁରୀ ଯେ ଆପଣ ପିଲାଙ୍କ ସହ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥା ହୁଅନ୍ତୁ । ଏମିତି କରିବା ଦ୍ୱାରା ପିଲାମାନେ ଆପଣଙ୍କ କଥାକୁ ଧ୍ୟାନର ସହକାରେ ଶୁଣିବେ ଏବଂ ଆପଣ ତାଙ୍କ ସହ ଅଛନ୍ତି ବୋଲି ଅନୁଭବ କରିବେ । କଥା ହେବା ଦ୍ୱାରା ଅନେକ ଅସୁବିଧାର ସମାଧାନ ହୋଇପାରିବ ।
  • ଯଦି ଆପଣଙ୍କୁ ଆପଣଙ୍କ ପିଲାର ରିଲେସନସିପ୍ ବିଷୟରେ ଜଣାପଡ଼ୁଛି ତେବେ ଆପଣ ଏହି ବିଷୟରେ ତାଙ୍କ ସହ କଥା ହୁଅନ୍ତୁ ଦଣ୍ଡ ଦିଅନ୍ତୁ ନାହିଁ । ପିଲାଙ୍କ ସହ ରୋମାନ୍ସ, ସେକ୍ସୁଆଲ ଆକର୍ଷଣ ଭଳି ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥା ହୁଅନ୍ତୁ । ଯଦି ଆପଣଙ୍କୁ ଏହି ପ୍ରସଙ୍ଗରେ କଥା ହେବାକୁ ସଙ୍କୋଚ ଆସୁଛି ତେବେ ଆପଣ କାଉନସେଲରଙ୍କ ପାଖକୁ ଯାଇପାରିବେ । ପ୍ୟାରେଣ୍ଟସଙ୍କ ପାଇଁ ଜରୁରୀ ହୋଇଥାଏ ଯେ ନିଜ ପିଲାଙ୍କ ବନ୍ଧୁଙ୍କ ବିଷୟରେ ମଧ୍ୟ ଜାଣନ୍ତୁ, ତାଙ୍କୁ ସମୟ-ସମୟରେ ଘରକୁ ଆମନ୍ତ୍ରିତ କରନ୍ତୁ ଏବଂ ତାଙ୍କ ସହ ସମୟ ଅତିବାହିତ କରନ୍ତୁ ।

Get real time updates directly on you device, subscribe now.