fbpx

ରହସ୍ୟମୟୀ ଗୋଲାପୀ ଲାଇଟ: ଆକାଶରେ ଅଜବ ଦୃଶ୍ୟକୁ ଦେଖି ଲୋକେ ଆଶ୍ଚର୍ଯ୍ୟ

ଅନେକ ଥର ଆକାଶକୁ ବିଭିନ୍ନ ରଙ୍ଗରେ ରଙ୍ଗେଇ ହେବାର ଦେଖିବାକୁ ମିଳିଥାଏ । ଠିକ ସେହିଭଳି ଏକ ଘଟଣା ଏବେ ଦେଖିବାକୁ ମିଳିଛି । ସ୍ୱଚ୍ଛ ଏବଂ ନିର୍ମଳ ଆକାଶରେ ହଠାତ ଗୋଲାପୀ ରଙ୍ଗ ଭରି ଯାଇଛି । ହଠାତ ଆକାଶରେ ଖେଳିଯାଇଛି ଗୋଲାପୀ ରଙ୍ଗର ଏକ ଉଜ୍ଜ୍ୱଳ କିରଣ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହାର ଏକ ଫଟୋ ଏବଂ ଭିଡିଓ କ୍ୟାପଚର କରିଛନ୍ତି ଷ୍ଟାର ୱାଚର ।

उत्तरी अमेरिका और दक्षिणी कनाडा के आसमान में दिखाई पड़ी थी यह रोशनी. (फोटोः नील जेलर/NASA)

ଉତ୍ତର ଆମେରିକା ଏବଂ ଦକ୍ଷିଣ କାନାଡାର ଆକାଶରେ ଏଭଳି ଏକ ବିରଳ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହାକୁ ଦେଖିବା ପରେ ଏହା ଏକ ଅରୋରା ବୋଲି ଅନୁମାନ କରିଥିଲେ ବୈଜ୍ଞାନିକମାନେ । କିନ୍ତୁ ପ୍ରକୃତରେ ଏହା ଅରୋରା ନୁହେଁ ବୋଲି ଜଣାପଡିଛି । ଅସଲରେ ଏହି ଅଜବ ଲାଇଟକୁ ଷ୍ଟ୍ରଙ୍ଗ ଥର୍ମାଲ ଏମିସନ ଭେଲୋସିଟି ଏନହାନ୍ସମେଣ୍ଟ ବା ‘ଷ୍ଟିଭ(STEVE)’ କୁହାଯାଏ ।

आमतौर पर ध्रुवीय रोशनी यानी अरोरा या फिर नॉर्दन लाइट्स में ऐसी गुलाबी रोशनी दिखती है. (फोटोः NASA)

ଏହି ଷ୍ଟିଭ ଗୋଲାପୀ ରଙ୍ଗର ଏକ ଉଜ୍ଜ୍ୱଳ ଆଲୋକ ରଶ୍ମି ହୋଇଥାଏ । ଏହାର ଆଖପାଖରେ ସବୁଜ ରଙ୍ଗର ଆଲୋକ ମଧ୍ୟ ଦେଖାଯାଇଥାଏ । ତେବେ ଅରୋରା ପରି ଏହା ସୋଲାର ଷ୍ଟର୍ମର କଣିକାକୁ ନେଇ ଗଠିତ ହୋଇ ନଥାଏ । ତେଣୁ ବୈଜ୍ଞାନିକମାନେ ଏହାର ଗଠନ ପ୍ରକ୍ରିୟାକୁ ଏପର୍ଯ୍ୟନ୍ତ ସହଜରେ ବୁଝିପାରିନାହାନ୍ତି ।

ଆକାଶରେ ଦେଖାଯାଉଥିବା ଲାଇଟ ଗୁଡିକୁ ମୁଖ୍ୟତଃ ଦୁଇ ଭାଗ(ଏୟାରଗ୍ଲୋ ଏବଂ ଅରୋରା)ରେ ବିଭକ୍ତ କରାଯାଇଛି । ଅରୋରା ବିଶେଷ କରି ଧ୍ରୁବୀୟ ଅଞ୍ଚଳରେ ଦେଖାଯାଇଥାଏ । ତେବେ ଷ୍ଟିଭ ଏହି ଉଭୟ ମଧ୍ୟରୁ କୌଣସି କାଟାଗୋରୀରେ ଆସୁନାହିଁ । ତେଣୁ ଏହି ଲାଇଟ ବୈଜ୍ଞାନିକଙ୍କ ପାଇଁ ରହସ୍ୟ ପାଲଟିଯାଇଛି । ଏହାର ବ୍ୟବହାର ଅରୋରା ପରି ହୋଇଥିଲେ ମଧ୍ୟ ଏହା ଅରୋରା ହୋଇନଥାଏ ।

Get real time updates directly on you device, subscribe now.