fbpx

SBI ଲଞ୍ଚ କଲା ନୂଆ ଫିକ୍ସ ଡିପୋଜିଟ୍ ସ୍କିମ୍: ମିଳିବ ଆକର୍ଷଣୀୟ ସୁଧ, ଜାଣନ୍ତୁ କ’ଣ ରହିଛି ଖାସ୍ 

ନୂଆଦିଲ୍ଳୀ: ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ସ୍ୱାଧୀନତା ଦିବସ ଅବସରରେ ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଏସବିଆଇ ‘ଉତ୍ସବ ଜମା’ ନାମକ ଏକ ସ୍କିମ୍ ଆରମ୍ଭ କରିଛି । ଏହି ଫିକ୍ସ ଡିପୋଜିଟ୍ ଯୋଜନାରେ ସୁଧ ଦର ସାମାନ୍ୟରୁ ଅଧିକ ରହିଛି ଏବଂ ଏହା କେବଳ ସୀମିତ ସମୟ ପାଇଁ ଉପଲବ୍ଧ ରହିଛି ।

ଉତ୍ସବ ଫିକ୍ସ ଡିପୋଜିଟ୍ ରେ ଏସବିଆଇ ୧୦୦୦ ଦିନ ପାଇଁ ଜମା ଉପରେ ୬.୧୦ % ବାର୍ଷିର ସୁଧ ଦେଉଛି ଏହା ସହ ଏହି ସ୍କିମରେ ବରିଷ୍ଠ ନାଗରିକଙ୍କ ପାଇଁ ଅଧିକ ୦.୫୦ % ଅତିରିକ୍ତି ସୁଧ ମଧ୍ୟ ରହିଛି । ଏହି ସ୍କିମ ୧୬ ଅଗଷ୍ଟ ଠାରୁ ଆରମ୍ଭ ହେବ ଏବଂ ଏହି ଯୋଜନା  ୭୫ ଦିନ ପାଇଁ ବୈଧ । ତେଣୁ ଯୋଗ୍ୟ ଗ୍ରାହକଙ୍କ ଏଥିରେ ନିବେଶ କରିବପାରିବେ ।

ନିକଟରେ ବ୍ୟାଙ୍କ ବିଭିନ୍ନ ଅବଧିର ଫିକ୍ସ ଡିପୋଜିଟ ଉପରେ ୦.୧୫ ବିପିଏସ ବୃଦ୍ଧି କରିଥିଲା । ଏସବିଆଇ ୧୮୦ ରୁ ୨୧୦ ଦିନରେ ମ୍ୟାଚ୍ୟୋର ହେଉଥିବା ଜମା ଉପରେ ସୁଧ ହାରକୁ ୪.୪୦% ରୁ ୪.୫୫% କୁ ବୃଦ୍ଧି କରିଛି  । ଏକ ବର୍ଷରୁ ଦୁଇ ବର୍ଷରୁ କମ୍ ସମୟରେ ମ୍ୟାଚ୍ୟୋର ହେଉଥିବା ଫିକ୍ସ ଡିପୋଜିଟ୍ ଉପରେ ମିଳୁଥିବା ସୁଧକୁ ୫.୩୦% ରୁ ୫.୪୫% କୁ ବୃଦ୍ଧି କରିଛି  । ୨ ବର୍ଷରୁ ୩ ବର୍ଷ ମଧ୍ୟରେ ପରିପକ୍ୱ ଜମା ଉପରେ ସୁଧ ହାର ୫.୩୫% ରୁ ୫.୫୦% କୁ ବୃଦ୍ଧି ପାଇଥିବାବେଳେ ୩ ବର୍ଷରୁ ୫ ବର୍ଷ ମଧ୍ୟରେ ମ୍ୟାଚ୍ୟୋର ହେଉଥିବା ଜମା ଉପରେ ସୁଧ ହାର ୫.୪୫% ରୁ ୫.୬୦% କୁ ବୃଦ୍ଧି ପାଇଛି  । ସେହପରି ୫ -୧୦ ବର୍ଷ ମଧ୍ୟରେ ପରିପକ୍ୱ ହେଉଥିବା ଫିକ୍ସ ଡିପୋଜିଟ୍ ଉପରେ ମିଳୁଥିବା ସୁଧ ହାରକୁ ୫.୫୦% ରୁ ୫.୬୫ % କୁ ବୃଦ୍ଧି କରିଛି ।

Get real time updates directly on you device, subscribe now.