fbpx

ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଆମେ ସାମ୍ନା କରିବାକୁ ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୨(ଓଡ଼ିଶା ଭାସ୍କର): ବଜେଟ ଅଧିବେଶନ ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ ହୋଇଥିଲା । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ବୈଠକ ପରେ ବିଜେଡ଼ି ସୁପ୍ରିମୋ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇବେ ଆମେ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ।
ଅନ୍ୟପଟେ ବିଜେଡ଼ି ବିଧାୟକ ଦଳ ବୈଠକ ପରେ ମନ୍ତ୍ରୀ ବିକ୍ରମ ଆରୁଖ ଏନେଇ ସୂଚନା ଦେଇଛନ୍ତି । ବିଧାନସଭାରେ କେନ୍ଦ୍ର ଅବହେଳା ବିଜେଡ଼ିର ମୁଖ୍ୟ ପ୍ରସଙ୍ଗ ରହିବ । କେନ୍ଦ୍ରୀୟ ଅନୁଦାନ କମିବା କଥା ବିଜେଡ଼ି ବିଧାନସଭାରେ ଉଠାଇବ ।

Get real time updates directly on you device, subscribe now.