fbpx

ନିର୍ମାଣ ସେବା ସପ୍ତାହକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୩(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିର୍ମାଣ ସେବା ସପ୍ତାହ ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ନିର୍ମାଣ ସେବା ସପ୍ତାହକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବିଭିନ୍ନ ଜିଲ୍ଲାର ୫ହଜାରରୁ ଅଧିକ ନିର୍ମାଣ ଶ୍ରମିକ ଯୋଗ ଦେଇଛନ୍ତି । ଶ୍ରମିକ ସଂଗଠନର ବହୁ ନେତା ଓ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଛନ୍ତି । ସେହି କାର୍ଯ୍ୟକ୍ରମରେ ଶ୍ରମିକ କଲ୍ୟାଣ ବୋର୍ଡ଼ ପକ୍ଷରୁ ସହାୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି ଯେ ନିର୍ମାଣ ଶ୍ରମିକମାନେ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା । ବିକାଶର ପ୍ରତି କ୍ଷେତ୍ରରେ ଶ୍ରମିକଙ୍କ ତ୍ୟାଗ ଓ ପରିଶ୍ରମ ରହିଛି । ନିର୍ମାଣ ଶ୍ରମିକଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ । ସେମାନଙ୍କ କଲ୍ୟାଣ ପାଇଁ ୧୫ଶହ କୋଟି ଟଙ୍କା ମଞ୍ଜୁର ମଧ୍ୟ ହୋଇଛି । ଏହାସହ ୨୨ହଜାର ନିର୍ମାଣ ଶ୍ରମିକଙ୍କୁ ପକ୍କା ଘର ମିଳିଛି । ଶ୍ରମିକଙ୍କୁ ହକ୍ ଦେବା ପାଇଁ ମୁଁ କାମ କରୁଛି ଓ ଆଗକୁ ମଧ୍ୟ ଜାରି ରଖିବି ବୋଲି ନବୀନ କହିଛନ୍ତି ।

Get real time updates directly on you device, subscribe now.