fbpx

କଟକ ଏସସିବି ପାଇଁ ଥଇଥାନ ପ୍ୟାକେଜକୁୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

କଟକ, ୨୫ା୧(ଓଡ଼ିଶା ଭାସ୍କର): କଟକ ଏସସିବି ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ ମିଳିଛି । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭାବିତ ଓ ବିସ୍ଥାପିତଙ୍କ ଜମି ସରକାର ସିଧାସଳଖ କିଣିବେ । ଥଇଥାନ ଆଇନ ଅନୁସାରେ ସମସ୍ତଙ୍କୁ କ୍ଷତିପୂରଣ ସହାୟତା ଦିଆଯିବ ବୋଲି ସୂଚନା ମିଳିଛି । ପ୍ରତି ପରିବାରକୁ ପରିବହନ ଖର୍ଚ୍ଚ,ଜରୁରୀ ବ୍ୟବସ୍ଥା ପାଇଁ ୧ଲକ୍ଷ ଟଙ୍କା ଦିଆଯିବ । ଆରମ୍ଭରୁ ମିଳିବ ଗୋଟିଏ କିସ୍ତି ଓ ଜମି ଖାଲି ପରେ ଦ୍ୱିତୀୟ କିସ୍ତି ମିଳିବ । ଦୁଇଟି କିସ୍ତିରେ ପ୍ରତି ପରିବାରକୁ ୧ଲକ୍ଷ ଲେଖାଏଁ ମିଳିବ । ଅନଧିକୃତ ଦୋକାନ ଗୃହ ପାଇଁ ଏକକାଳୀନ ୩୦ହଜାର ଟଙ୍କା ମିଳିବ । ଉଠା ଦେକାନୀଙ୍କୁ ଏକକାଳୀନ ୨୦ହଜାର ଟଙ୍କା ସହାୟତା ମିଳିବ । ଧାର୍ମିକ ଅନୁଷ୍ଠାନ ଓ କ୍ଲବ ପାଇଁ ୧ଲକ୍ଷ ଟଙ୍କା ଲେଖାଏଁ ମିଳିବ । ଗାଈ ଗୁହାଳ ସ୍ଥାନାନ୍ତର ପାଇଁ ଏକକାଳୀନ ୨୦ହଜାର ଟଙ୍କାର ସହାୟତା ମିଳିବ । ସରକାରୀ କ୍ୱାଟର୍ସ ଖାଲି କରୁଥିବା କର୍ମଚାରୀଙ୍କୁ ସହାୟତା ମିଳିବ । ନୂଆ କ୍ୱାଟର୍ସ ମିଳିବା ଯାଏଁ ଘର ଭଡ଼ା ସହ ସ୍ୱତନ୍ତ୍ର ସହାୟତା ମିଳିବ । ୧୨ମାସ କିମ୍ବା ନୂଆ କ୍ୱାଟର୍ସ ମିଳିବା ଯାଏଁ ସହାୟତା ମିଳିବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ୫ହଜାର ଟଙ୍କା ସହାୟତା ମିଳିବ ।

Get real time updates directly on you device, subscribe now.