fbpx

କରୋନା ଭାଇରସ୍, ବିଦେଶ ଫେରନ୍ତାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ନେଇ ସଚେତନତା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କରୋନା ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମସ୍ୟା । ତେଣୁ କେବଳ ସଚେତନତା ହିଁ ଏହାକୁ ରୋକିପାରିବ । ଏଥିପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।
ଏହାସହ ବିଦେଶ ଫେରନ୍ତା ନାଗରିକଙ୍କ ମୁଖ୍ୟମନ୍ତ୍ରୀ ଅପିଲ କରି କହିଛନ୍ତି ଯେ ଓଡ଼ିଶାରେ ପହଞ୍ଜିବାର ୨୪ଘଣ୍ଟା ଭିତରେ ଯୋଗାଯୋଗ କରନ୍ତୁ । ଟୋଲ୍ ଫ୍ରି ନମ୍ବର ୧୦୪ ବା ଅନଲାଇନ ପୋର୍ଟାଲରେ ରେଜିଷ୍ଟ୍ରେସନ କରନ୍ତୁ । ନିଜ ଯାତ୍ରା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦିଅନ୍ତୁ । ଆପଣଙ୍କ ପରିବାର ଓ ବନ୍ଧୁମାନେ ମଧ୍ୟ ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ । ବିଦେଶରୁ ଫେରିବା ପରେ ୧୪ଦିନ ନିଜ ଘରେ ଅଲଗା ରୁହନ୍ତୁ । କାହା ସହ ମିଳାମିଶା କରନ୍ତୁ ନାହିଁ । ଆପଣଙ୍କ ସହଯୋଗ ହିଁ ନିଜ ପରିବାର ସହ ଓଡ଼ିଶା ସୁରକ୍ଷିତ ରଖିପାରିବ ।

Get real time updates directly on you device, subscribe now.