fbpx

କୋଭିଡ଼ ଆକ୍ରାନ୍ତ ଶିକ୍ଷକ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ନବୀନଙ୍କ ପ୍ରଶଂସା

Advertisement

ଭୁବନେଶ୍ୱର,୨୮/୫(ଓଡ଼ିଶା ଭାସ୍କର):ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଏହାରି ମଧ୍ୟରେ କିଛି କରୋନା ଯୋଦ୍ଧା ନିଜ ଜୀବନକୁ ପଛରେ ପକାଇ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରେ ଶିକ୍ଷକ ଓ ସ୍ୱାସ୍ଥକର୍ମୀ ଅନ୍ୟତମ। ଏନେଇ ଆଜି କୋଭିଡ଼ ଆକ୍ରାନ୍ତ ଶିକ୍ଷକ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ଼୍ ଆକ୍ରାନ୍ତ ଶିକ୍ଷକ ଓ ସ୍ବାସ୍ଥ୍ୟକର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହେବ ସହ ସେମାନଙ୍କ ସାହାସିକତା ନିଷ୍ଠାକୁ ନବୀନ ସଲାମ କରିଛନ୍ତି । ଟେଲିଫୋନ ଯୋଗେ କଥା ହେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Get real time updates directly on you device, subscribe now.