fbpx

ବିଜେପିର ଅଭିଯୋଗ ଉପରେ ଜବାବ ରଖିଲା ବିଜେଡ଼ି

Advertisement

ଭୁବନେଶ୍ୱର, ୨୮/୫(ଓଡିଶା ଭାସ୍କର): ବିଜେପିର ଅଭିଯୋଗ ଉପରେ ବିଜେଡ଼ି  ଜବାବ୍ ରଖିଛି। ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।କୋଭିଡ଼୍ ଟେଷ୍ଟିଂ କେନ୍ଦ୍ର ଗାଇଡ଼ଲାଇନ୍ ଅନୁସାରେ ହେଉଛି। ବିଜେପିର ଏଭଳି ମନ୍ତବ୍ୟ ସମ୍ପୁର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ବିଜେପି ପ୍ରଥମେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ୍ ଅନୁଧ୍ୟାନ କରୁ।

ସଂଗରୋଧ ପରେ ଟଙ୍କା ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଟଙ୍କା ଦେବାରେ ଅନିୟମିତତା ହୋଇନି କି ହେବ ନାହିଁ ବୋଲି ସେ କହିଛନ୍ତି।

ସେହି ସମସ୍ତ ବ୍ୟକ୍ତି ଯେଉଁମାନେ ସନ୍ତୋଷଜନକ ଭାବରେ ସେମାନଙ୍କ କ୍ୱାରେଣ୍ଟିନ ସଂପୂର୍ଣ୍ଣ କରୁଛନ୍ତି, ସେମାନେ ରାଜ୍ୟ ସରକାରଙ୍କ ଠାରୁ ୨୦୦୦ ଟଙ୍କା ପାଇବେ |

 କରୋନା ବିରୋଧରେ ଏହି ଲଢେଇରେ ଆମକୁ ଏକାଠି ଲଢ଼ିବାକୁ ପଡିବ | ରାଜ୍ୟକୁ ସୁରକ୍ଷା ଦେବା ପାଇଁ ଓଡ଼ିଶା ସରକାର ଭଲ କାମ କରିଛନ୍ତି ଏବଂ ଓଡିଶାର ସୁରକ୍ଷା ପାଇଁ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସସ୍ମିତ କହିଛନ୍ତି |

 

Get real time updates directly on you device, subscribe now.