fbpx

କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Advertisement

ଭୁବନେଶ୍ୱର, ୨୮ା୫(ଓଡ଼ିଶା ଭାସ୍କର): କରୋନା ଭାଇରସ ପାଇଁ ରାଜ୍ୟ ଏବେ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ତେଣୁ ଏହି ଜଟିଳ ପରିସ୍ଥିତିରେ କରୋନାକୁ ହରାଇବା ପାଇଁ ଯେଉଁ ଯୋଦ୍ଧାମାନେ ରାତି ଦିନ ଏକ କରିଛନ୍ତି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ଦଳ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ସହ ଏହି ପରିପ୍ରେକ୍ଷୀରେ ସେ କଥା ମଧ୍ୟ ହୋଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଭିଡ଼ିଓ ବାର୍ତ୍ତା ଜରିଆରେ ମେ ୩୦ ସନ୍ଧ୍ୟା ୫ଟା୩୦ରେ ବନ୍ଦେ ଉକ୍ରଳ ଜନନୀ ଗାଇବାକୁ ସେ ସମସ୍ତିଙ୍କୁ ଆହ୍ୱାନ କରିଛନ୍ତି । ଏହାସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ସେ କଥା ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ସପା ରାଜ୍ୟ ସଭାପତି ଓ ଅନ୍ୟ ଦଳର ନେତାଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି ।

Get real time updates directly on you device, subscribe now.