fbpx

ତାରାତାରିଣୀ ପୀଠର ହେବ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, ୫ା୧ (ଓଡ଼ିଶା ଭାସ୍କର): ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠର ଉନ୍ନତିକରଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅନୁମୋଦନ ପ୍ରଦାନ କରିଛନ୍ତି । ମନ୍ଦିରର ସିଂହଦ୍ୱାରର ଉନ୍ନତିକରଣ କରାଯିବା ସହ ଯାତ୍ରୀଙ୍କ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରସାଦସେବନ ମଣ୍ଡପ, ମୁଣ୍ଡନ ମଣ୍ଡପ ସହ ଶୌଚାଳୟ ବ୍ୟବସ୍ଥା କରାଯିବ । ଏହା ସହ ମନ୍ଦିର ନିକଟରେ ପୋଲିସ ପୋଷ୍ଟ ଓ ୱାଚ ଟାୱାର ନିର୍ମାଣ କରାଯିବ । ସେହିପରି ମନ୍ଦିର ପଛପଟ ପାହାଶ ଶିଖରରେ ଏକ ଯୋଗାଭ୍ୟାସ ହଲ୍ ନିର୍ମାଣ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକସେବା ଭବନଠାରେ ତାରାତାରିଣୀ ପୀଠର ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା କରିବା ପରେ ଏ ସମ୍ପର୍କରେ ଘୋଷଣା କରାଯାଇଛି । ଏସବୁ କାର୍ଯ୍ୟକୁ ଠିକ୍ ସମୟରେ ସମାପ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.