fbpx

୯ ଯାଏଁ ବର୍ଷିବ

ଭୁବନେଶ୍ୱର,୬ ।୨(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୯ ତାରିଖ ଯାଏଁ ବର୍ଷା ଲାଗି ରହିବ । ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ୭ରୁ ୯ତାରିଖରେ ପାଗ ଅଧିକ କୋହଲା ରହିବ। ୬ତାରିଖ ତୁଳନାରେ ୭ ଓ ୮ତାରିଖରେ ଅଧିକ ବର୍ଷା ହେବ। ୯ରେ ଝିପିଝିପି ବର୍ଷା ହେବ। କାଲି ଦକ୍ଷିଣ ଓ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ୩୦ ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବ । ତେବେ ପାରଳାଖେମୁଣ୍ଡିରେ ସର୍ବାଧିକ ୪୪.୪ ମିମି ବର୍ଷା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.