fbpx

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା , କରୋନା ଚିକିତ୍ସା ସମୟରେ ମୃତ୍ୟୁ ହେଲେ ମିଳିବ ରାଷ୍ଟ୍ରୀୟ ମର୍ଯ୍ୟାଦା

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ବାର୍ତ୍ତା । ସେ ସ୍ୱାସ୍ଥ୍ୟକର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । କରୋନା ମୁକାବିଲାରେ ନିୟୋଜିତ ହୋଇଥିବା ସମସ୍ତ ସରକାରୀ ଓ ଘେରୋଇ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଏହି ଘୋଷଣା କରାଯାଇଛି । କରୋନା ଚିକିତ୍ସା ବେଳେ ମୃତ୍ୟୁ ହେଲେ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ବାବଦକୁ ମିଳିବ । ଏହାସହ ମୃତ୍ୟୁ ହେଲେ ପରିବାରକୁ ଅବସର ଯାଏଁ ପୁରା ଦରମା ମିଳିବା ସହ ସହିଦର ସମ୍ମାନ ମିଳିବ । ମୃତ୍ୟବରଣ କରିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ ସମ୍ପନ୍ନ ହେବ । ଏହାସହ କରୋନା ଯୋଦ୍ଧାରେ ସାମିଲ ଥିବା ଅଙ୍ଗନୱାଡ଼ି ଓ ଆଶକର୍ମୀଙ୍କୁ ମଧ୍ୟ ସହାୟତା ମିଳିବ । ସେବା ଯୋଗାଇବାରେ ସାମିଳ ଅନ୍ୟ କର୍ମଚାରୀ ମଧ୍ୟ ସହାୟତା ପାଇବେ ।
ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦୁର୍ବ୍ୟବହାର ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ । ଦୁର୍ବ୍ୟବହାର କଲେ ସମ୍ପୃକ୍ତ ବ୍ୟକ୍ତି ଏନଏସଏରେ ଗିରଫ ହେବେ । ଏହାକୁ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ଭାବେ ମଧ୍ୟ ବିଚାର କରାଯିବ । ଜାତୀୟ ନିରାପତ୍ତା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ଜାତୀୟ ଦିବସରେ କରୋନା ଯୁଦ୍ଧରେ ଲଢ଼ୁଥିବା ସ୍ୱାସ୍ଥ୍ୟକର୍ମୀ ଯୋଦ୍ଧାଙ୍କୁ ସମ୍ମାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.