fbpx

କୁମ୍ଭୀର ସହ ଲଢି ନିଜ ପିଲାକୁ ବଞ୍ଚାଇଲା ମା’, ଜାଣନ୍ତୁ କିପରି?

ଜଣେ ମା’ ନିଜ ପିଲାର ଜୀବନ ବଞ୍ଚାଇବା ପାଇଁ କୁମ୍ଭୀର ସହ ଲଢେଇ ପରିବାକୁ ମଧ୍ୟ ପଛାଇନାହାନ୍ତି । ଏହି ସାହସିକତା ଘଟଣା ଜିମ୍ବାୱେରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ, ୩୦ ବର୍ଷୀୟା ମୌରିନା ନିଜର ୨ ପିଲାଙ୍କୁ ଧରି ଦକ୍ଷିଣ ପୂର୍ବରେ ଥିବା ଋଣ୍ଡେ ନଦୀ କୂଳରେ ମାଛ ଧରୁଥିଲେ । ଏହି ସମୟରେ ପିଲାମାନେ ପରସ୍ପର ସହ ଖେଳୁଥିଲେ । ସେହି ସମୟରେ ମୌରିନାଙ୍କୁ ପିଲାଙ୍କ ଚିକ୍ରାର ଶୁଣିବାରୁ ସେ ସେଠାକୁ ଦୌଡି ଯାଇଥିଲେ । ସେ ଦେଖିଲେ ଯେ, ଗୋଟିଏ କୁମ୍ଭୀର ତାଙ୍କ ୩ ବର୍ଷର ପୁଅକୁ ପାଣିକୁ ଟାଣିନେଉଛି । ଏସବୁ ଦେଖିବାକୁ ପରେ ମୌରିନା କୁମ୍ଭୀର ଉପରକୁ ଡେଇଁ ପଡିଲେ ଓ ନିଜ ପୁଅକୁ ବଞ୍ଚାଇ ମେଡିକାଲ ଦୌଡିଥିଲେ ।


ତେବେ ଡେଲି ମେଲର ରିପୋର୍ଟ ମୁତାବକ, କୁମ୍ଭୀରକୁ କିପରି ଦୁର୍ବଳ କରିହେବ ସେନେଇ ଜଣେ ବୟସ୍କ ପୁର୍ବରୁ ମୌରିନାଙ୍କୁ କହିଥିଲେ । ବୟସ୍କଙ୍କ ଅନୁସାରେ କୁମ୍ଭୀର ନାକ ଉପରେ ପ୍ରେସର ପକାଇବା ଦ୍ୱାରା ସେ ଦୁର୍ବଳ ହୋଇପଡେ । ଏନେଇ ମୌରିନା ନିଜ ପିଲାକୁ ବଞ୍ଚାଇବା ପାଇଁ କୁମ୍ଭୀର ନାକରେ ହାତ ପୁରାଇଥିଲେ ଓ ନିଜ ପିଲାକୁ ନୂଆ ଜୀବନ ଦେଲେ ।

Get real time updates directly on you device, subscribe now.