BREAKING: ମୁଖ୍ୟମନ୍ତ୍ରୀ କଲେ ଘୋଷଣା, ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷର ଆର୍ଥିକ ସହାୟତା ଘୋଷଣା
ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷର ସହାୟତ ରାଶି। ବାଲେଶ୍ୱର ଇସାଣୀ ଗାଁରୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି, ପୁଅର ପାଠପଢ଼ା ବ୍ୟବସ୍ଥା କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ବାଲେଶ୍ୱର: ମୃତ ପ୍ରଶାନ୍ତଙ୍କ ପରିବାର ବର୍ଗଙ୍କ ପାଇଁ ସହାୟତା ଘୋଷଣା। ପ୍ରଶାନ୍ତଙ୍କ ପରିବାରକୁ ମିଳିବ ୨୦ ଲକ୍ଷର ସହାୟତ ରାଶି। ବାଲେଶ୍ୱର ଇସାଣୀ ଗାଁରୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।
ପ୍ରଶାନ୍ତଙ୍କ ସ୍ତ୍ରୀଙ୍କୁ ଚାକିରି, ପୁଅର ପାଠପଢ଼ା ବ୍ୟବସ୍ଥା କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
ପହଲଗାମ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପ୍ରାର୍ଥୀବ ଶରୀରକୁ ଜନ୍ମ ମାଟିରେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ।
ଏହା ପରେ ପ୍ରଶାନ୍ତଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ସହ ମନମୋହନ ସାମଲ, ପ୍ରତାପ ଷଡ଼ଙ୍ଗୀ। ହଜାର ହଜାର ଲୋକ ଏହି ଅନ୍ତିମ ଯାତ୍ରାରେ ସାମିଲ ହୋଇ ପ୍ରଶାନ୍ତଙ୍କୁ ଶେଷ ବିଦାୟ ଦେଇଛନ୍ତି।