fbpx
BJD SKY
BJD SKY

ଅଧିକ ଶକ୍ତିଶାଳୀ ହେବ BDA: ୬୭ଟି ନୂଆ ପଦକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେବା ସହ ବିଭିନ୍ନ ବିଭାଗ ପାଇଁ ଅଲଗା ଅଲଗା ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ଓ ସୁଯୋଗ ପ୍ରଦାନ କରିବା ସହିତ ନୂଆ ରୂପ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଓ)ର ଏନପୋର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ଦକ୍ଷ ଓ କ୍ରୀୟାଶୀଳ କରାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ୬୭ଟି ନୂଆ ପଦକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେଥିରେ ଗୋଟିଏ ଆସିଷ୍ଟାଣ୍ଟ କମିଶନର, ୬ଟି ଏଏସଆଇ ଓ ୬୦ଟି କନଷ୍ଟେବଳ ପଦ ସାମିଲ ରହିଛି । ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦଗୁଡ଼ିକ ସୃଷ୍ଟି ହେବାକୁ ଥିବାବେଳେ ଏହି ପଦକ୍ଷେପ ଫଳରେ ବିଭିନ୍ନ ଉନ୍ନୟନମୂଳକ ଓ ଜବରଦଖଲ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରିବ ।

ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇବା ସହିତ ତା’ର ରୂପରେଖରେ ପରିବର୍ତ୍ତନ ଆଣିବା ପାଇଁ ବିଡିଓ ଗୁରୁଦାୟିତ୍ୱ ବହନ କରିଛି । ତେବେ ଦିନକୁ ଦିନ ରାଜଧାନୀର ଜନସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଡିଏର ଏନଫୋର୍ସମେଣ୍ଟ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଥିଲା । ତେଣୁ ଏନଫୋର୍ସମଣ୍ଟେ କାର୍ଯ୍ୟକୁ ଅଧିକ ଫଳପ୍ରଦ କରାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଏହି ସବୁ ନୂଆ ପଦକୁ ସୃଷ୍ଟି ପାଇଁ ଅନୁମୋଦନ ଦେଇଛନ୍ତି ।

Get real time updates directly on you device, subscribe now.