fbpx

(Video)ଏଥର ‘ମାର-ପିଟ’ କି ‘ଗାଳି-ଗୁଲଜ’ ନୁହେଁ, ବରଂ ଦିଲ୍ଲୀ ମେଟ୍ରୋରେ ଶୁଭିଲା ‘ବଜରଙ୍ଗବଲୀ’ ଗୀତ

ନୂଆଦିଲ୍ଲୀ: ଅନେକ ସମୟରେ ମେଟ୍ରୋରେ ହେଉଥିବା ଭିଡିଓ ଏବଂ କାଣ୍ଡ କାରନାମାକୁ ନେଇ ଦିଲ୍ଲୀ ମେଟ୍ରୋ ବେଶ ଚର୍ଚ୍ଚାରେ ରହିଥାଏ । ଅନେକ ସମୟରେ ଏଥିରେ ମାର ପିଟ, ଗଣ୍ଡଗୋଳ, ଗାଳିଗୁଲଜ ସହିତ ଝିଅମାନଙ୍କର ନାଚୁଥିବାର ଭିଡିଓ ଏବଂ ଅଜବ-ଅଶ୍ଳୀଳ ଡ୍ରେସ ପିନ୍ଧିଥିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଦିଲ୍ଲୀ ମେଟ୍ରୋରେ କିଛି ଦିନ ତଳେ ଏକ ମନଲୋଭା ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦୁଇଜଣ ଯୁବକ ‘ଖଲବଲୀ ହୈ ଖଲବଲୀ’ ଗୀତ ଗାଇ ଦର୍ଶକଙ୍କ ମନ ମୋହି ନେଇଥିଲେ ।

‘ଇଣ୍ଡିଆ ଫାର୍ଷ୍ଟ’ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓରେ ଜଣେ ଯୁବକ ଗିଟାର ବଜାଉଥିବା ବେଳେ ତାଙ୍କର ଜଣେ ସାଥୀ ‘ଖଲବଲୀ ହୈ ଖଲବଲୀ’ ଗୀତ ଗାଉଥିବା ଦେଖିବାକୁ ମିଳିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯୁବକ ଦୁହେଁ ମହିଳା ଏବଂ ସାଧାରଣ ବଗିର ଇଣ୍ଟରସେକ୍ଟରେ ଠିଆ ହୋଇ ଗୀତ ଗାଉଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଦିଲ୍ଲୀ ମେଟ୍ରୋରେ କୌଣସି ପ୍ରକାର ଗୀତ ଗାଇବା କିମ୍ବା ବଜାଇବାକୁ ଶକ୍ତ ବାରଣ କରାଯାଇଛି । ତେବେ ଏହା ସତ୍ତେ୍ୱ ଅଧିକାଂଶ ସମୟରେ ଏପରି ଭିଡିଓ ସାମ୍ନାକୁ ଆସୁଛି । ଏପରିକି କିଛି ମାରପିଟ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହା ଉପରେ ସ୍ୱୟଂ DMRC ତଦନ୍ତ କରିଥାଏ ।

Get real time updates directly on you device, subscribe now.