fbpx

୪୦ ବର୍ଷ ପରେ ପୁରୁଷମାନେ କେଉଁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ? ଜାଣନ୍ତୁ

ଆଜିକାଲି ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଏତେ ଧ୍ୟାନ ଦେଉନାହାନ୍ତି । ବଢ଼ୁଥିବା ବୟସ ସହ ଖାସକରି ପୁରୁଷମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍ ହେବା ଜରୁରୀ, କାହିଁକି ନା ୪୦ ବର୍ଷ ପରେ ଶରୀରରେ ଅନେକ ହରମୋନାଲ ପରିବର୍ତ୍ତନ ହୋଇଥାଏ । ଏହା ଯୋଗୁଁ ପ୍ରାୟତଃ ଓଜନ ବଢ଼ିଥାଏ ଓ ପେଟ ଏବଂ ଅଣ୍ଟା ପାଖରେ ଚର୍ବି ବଢ଼ିବାକୁ ଲାଗିଥାଏ । ଏଥିରେ ଅନେକ ରୋଗ ହେବାର ବିପଦ ସୃଷ୍ଟି ହୋଇଥାଏ, ଯାହାକୁ ସମୟ ପୂର୍ବରୁ ନିୟନ୍ତ୍ରଣ କରାନଗଲେ ତାହା ମାରାତ୍ମକ ହୋଇପାରେ । ଯଦି ଏହି ବୟସରେ ପୁରୁଷମାନଙ୍କଠାରେ ଏପରି ଲକ୍ଷଣ ଦେଖାଦେଉଛି, ତେବେ ଭାବିନିଅନ୍ତୁ କି ଶରୀରରେ ସବୁକିଛି ଠିକ୍ ନାହିଁ ।

ତେବେ ଆସନ୍ତୁ ଜାଣିବା ୪୦ ବର୍ଷ ପରେ ପୁରୁଷମାନେ କେଉଁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି :-

– ମେଟାବୋଲିଜିମର ଗଡ଼ବଡ଼
୪୦ ବର୍ଷ ବୟସ ଅତିକ୍ରମ କରିବା ପରେ ମେଟାବୋଲିଜିମର ସ୍ତର କମିବା ଆରମ୍ଭ କରେ, ଯେଉଁଥିପାଇଁ କ୍ୟାଲୋରୀ ବର୍ଣ୍ଣ କରିବାର କ୍ଷମତା ମଧ୍ୟ କମିଯାଏ । ଏହାର ସିଧା ପ୍ରଭାବ ଓଜନ ଉପରେ ପଡ଼ିଥାଏ ଓ ଚର୍ବି ବଢ଼ିବାକୁ ଲାଗିଥାଏ ।

– ସବୁବେଳେ ଟେନସନରେ ରହିବା
ଅଫିସରେ କାମ ଓ ଘରର ଦାୟିତ୍ୱ ଯୋଗୁଁ ପୁରୁଷମାନଙ୍କୁ ଅନେକ ସମୟରେ ଟେନସନରେ ରହିବାକୁ ପଡିଥାଏ । ଏଥିରେ ହରମୋନାଲ ପରିବର୍ତ୍ତନ ହୋଇଥାଏ, ଯାହା ପରେ ହାଇ ବ୍ଲଡ ପ୍ରେସର ଓ ମୋଟାପଣର କାରଣ ହୋଇଥାଏ ।

– ହରମୋନ୍ ଅସନ୍ତୁଳନ
୪୦ ବର୍ଷ ବୟସ ପରେ ପୁରୁଷଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ହରମୋନ୍ ନିର୍ଗତ ହେବାରେ ଲାଗିଥାଏ, ଯାହା ଚର୍ବିର ପରିମାଣକୁ ବଢ଼ାଇଥାଏ । ଅବଶ୍ୟ ଅସ୍ୱାସ୍ଥ୍ୟକର ଢଖାଦ୍ୟ ଓ ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟ ପେଟର ଚର୍ବି ବୃଦ୍ଧି ହେବାର କାରଣ ହୋଇପାରେ ।

– ଶରୀରର କାର୍ଯ୍ୟକଳାପ କମ୍ ହେବା
ବୟସ ବଢ଼ିବା ସହ ପୁରୁଷମାନଙ୍କ ଦାୟିତ୍ୱ ମଧ୍ୟ ବଢ଼ିଯାଏ, ଯାହାକୁ ପୂରଣ କରିବାକୁ ଯାଇ ସେମାନେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତି ନାହିଁ । ଖାସ୍କରି ସେମାନଙ୍କୁ ଜିମରେ ବ୍ୟାୟାମ କିମ୍ବା ଅନ୍ୟ ୱାର୍କଆଉଟ୍ କରିବାକୁ ସମୟ ମିଳିନଥାଏ । ଯଦି ଆପଣଙ୍କର ଫିଜିକାଲ ଆକ୍ଟିଭିଟି କମ୍ ହେବ, ତେବେ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇବ ।

Get real time updates directly on you device, subscribe now.