fbpx

କଳାଯାଦୁ କ’ଣ ଜାଣନ୍ତି କି? ଜାଣନ୍ତୁ ଏଥିରେ ବ୍ୟବହାର କରାଯାଉଥିବା କଣ୍ଢେଇ ପଛର ରହସ୍ୟ

ଓଡିଶା ଭାସ୍କର: କଳାଯାଦୁ କଥା ଶୁଣିଲେ ଅଟାରେ ତିଆରି ହୋଇଥିବା କଣ୍ଢେଇର ଚିତ୍ର ଆମ ସାମ୍ନାକୁ ଆସିଥାଏ । କିନ୍ତୁ ଏହାକୁ ନେଇ ବିଭିନ୍ନ ସ୍ତାନରେ ବିଭିନ୍ନ ପ୍ରକାର କାହାଣୀ ରହିଛି । ତେବେ ତନ୍ତ୍ର ବିଜ୍ଞାନ ଅନୁସାରେ କଳାଯାଦୁ ଏକ ଦୁର୍ଲଭ ପ୍ରକ୍ରିୟା ହୋଇଥାଏ । ଏଥି ପାଇଁ ବିଶେଷ ଜ୍ଞାନ ସହିତ ଉଚ୍ଚସ୍ତରର ଅଭିଜ୍ଞତା ଥିବା ଆବଶ୍ୟକ । ତେବେ ଏହାକୁ ଅଳ୍ପ କିଛି ଲୋକ ହିଁ କରିବାକୁ ସକ୍ଷମ ହୋଇଥାନ୍ତି । ତେବେ ଏହି ପ୍ରକ୍ରିୟାରେ ଅଟା କିମ୍ବା ସେହି ପରି କୌଣସି ପଦାର୍ଥ ବ୍ୟବହାର କରି ଏକ କେଣ୍ଢେଇ ପ୍ରସ୍ତୁତ କରାଯାଇଥାଏ । ଏହା ପରେ ଯେଉଁ ବ୍ୟକ୍ତି ଉପରେ ଏହି ଯାଦୁ କରାଯିବ ତା’ ନାମ ନେଇ ଏହାକୁ ଜାଗ୍ରତ କରାଯାଇଥାଏ ।

ତେବେ ଅନେକଙ୍କ କହିବା ଅନୁଯାୟୀ, ଏହା କେବଳ କିଛି ଶକ୍ତିର ସମୂହ ହୋଇଥାଏ, ଯାହାକୁ ଜଣେ ବ୍ୟକ୍ତି ପାଖରୁ ଅନ୍ୟ ଏକ ବ୍ୟକ୍ତିଙ୍କ ପାଖକୁ ପଠାଯାଇଥାଏ । ‘ଶକ୍ତି ସଂରକ୍ଷଣ ନିୟମ’ ଅନୁସାରେ “ଶକ୍ତିର ସୃଷ୍ଟି ନାହିଁ କିମ୍ବା ବିନାଶ ନାହିଁ” । ଏହାର କେବଳ ସ୍ୱରୂପ ପରିବର୍ତ୍ତନ କରାଯାଇପାରିବ । ଏହାର ଅର୍ଥ ଯଦି ଶକ୍ତିକୁ ସକାରାତ୍ମକ ଭାବରେ ବ୍ୟବହାର କରାଯାଇପାରି ତେବେ ଏହାର ନକାରାତ୍ମକ ବ୍ୟବହାର ମଧ୍ୟ ସମ୍ଭବ । ତେଣୁ ଏଠାରେ କୌଣସି ଇଶ୍ୱରୀୟ କିମ୍ବା ଭୌତିକ କାଣ୍ଡ ହୋଇନଥାଏ ।

ତେବେ ଏଥିରେ କରାଯାଉଥିବା ପ୍ରକ୍ରିୟାକୁ କଳାଯାଦୁ କହିବା ଭୁଲ ହେବ । କାରଣ ଏହା ତନ୍ତ୍ର ବିଦ୍ୟାର ଏକ ଅଂଶ ଯାହା ଭଗବାନ ଶିବ ନିଜ ଭୂତଗଣଙ୍କୁ ଶିଖାଇଥିଲେ ବୋଲି ବିଶ୍ୱାସ କରାଯାଏ । ତେବେ ପୁରାତନ ସମୟରେ ଏହାର ବ୍ୟବହାର ଦୂରରେ ଥିବା କୌଣସି ବ୍ୟକ୍ତିଙ୍କର ଚିକିତ୍ସା ପାଇଁ କରାଯାଉଥିଲା । ଏପରି ଏକ କଣ୍ଢେଇ ତିଆରି କରି ରୋଗରେ ଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରାଯାଉଥିଲା । ଏହା ଦ୍ୱାରା ତନ୍ତ୍ର ବିଦ୍ୟା ବିଶେଷଜ୍ଞ ନିଜର ସକାରାତ୍ମକ ଶକ୍ତି ପ୍ରୟୋଗ କରି ରୋଗୀଙ୍କର ଚିକିତ୍ସା କରୁଥିଲେ ।

କିନ୍ତ ସମୟ ସହିତ ଏହାର ଦୁରୁପଯୋଗ କରାଯାଇଥିଲା । କେତେକ ଲୋକ ଏହାର ବ୍ୟବହାର କରି ନକାରାତ୍ମକ ଶକ୍ତି ଲୋକମାନଙ୍କ ମଧ୍ୟରେ ବିସ୍ତାର କରିବାକୁ ଲାଗିଲେ । ଏପରି କରି ସେମାନେ ଲୋକମାନଙ୍କୁ କଷ୍ଟ ଦେବାକୁ ଲାଗିଲେ । ଲୋକମାନଙ୍କୁ ବିଭିନ୍ନ ପ୍ରକାରରେ ହଇରାଣ କରିବାକୁ ଳାଗିଲେ । ତେବେ ଧୀରେ ଧୀରେ ଏହି ପୁରାତନ ତନ୍ତ୍ର ବିଦ୍ୟାକୁ କଳା ଯାଦୁ ଆଖ୍ୟା ଦିଆଗଲା ।

Get real time updates directly on you device, subscribe now.