fbpx
BSKY
BJD SHG SKY
BJD MC SKY

ସୁପ୍ରିମକୋର୍ଟର ଅଡିଟ୍ ରିପୋର୍ଟରେ ଧରାପଡ଼ିଲା କେଜ୍ରିୱାଲଙ୍କ ମିଛ, ମାଗିଥିଲେ ୪ ଗୁଣ ଅଧିକ ଅକ୍ସିଜେନ୍

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ରାଜ୍ୟ ସମେତ ଦିଲ୍ଲୀରେ ମଧ୍ୟ ଅକ୍ସିଜେନର ଅଭାବ ଦେଖାଦେଇଥିଲା । ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ ସୁପ୍ରିମକୋର୍ଟର ଅଡିଟ୍ ପ୍ୟାନେଲର ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ରିପୋର୍ଟରେ କୁହାଯାଇଛି ଯେ, ଦ୍ୱିତୀୟ ଲହର ସମୟରେ ଦିଲ୍ଲୀ ସରକାର ଆବଶ୍ୟକତାଠାରୁ ୪ ଗୁଣ ଅଧିକ ଅକ୍ସିଜେନ୍ ମାଗିଥିଲେ ।

ରିପୋର୍ଟ ମୁତାବକ, ସେ ସମୟରେ ପ୍ରାୟ ୩୦୦ ମେଟ୍ରିକ ଟନ ଅକ୍ସିଜେନ ଦିଲ୍ଲୀରେ ଆବଶ୍ୟକ ଥିବା ବେଳେ ସରକାର ୧୨୦୦ ମେଟ୍ରିକ ଟନ୍ ମାଗିଥିଲେ । ଦିଲ୍ଲୀ ସରକାରଙ୍କ ଏହି ହରକତ ଯୋଗୁଁ ଅନ୍ୟ ରାଜ୍ୟମାନଙ୍କରେ ଅକ୍ସିଜେନର ଅଭାବ ଦେଖାଦେଇଥିଲା । ସୁପ୍ରିମକୋର୍ଟର ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଓ ଏମଆର ଶାହଙ୍କୁ ନେଇ ଗଠିତ ୧୨ ଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା । ମେ ମାସ ୧୩ ତାରିଖରେ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କ ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରହିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏପ୍ରିଲ-ମେ ମାସରେ କରୋନା ସଂକ୍ରମଣ ଅଧିକ ମାତ୍ରାରେ ଥିବାରୁ ଦିଲ୍ଲୀର ହସ୍ପିଟାଲମାନଙ୍କରେ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା । ଫଳରେ ବହୁତ ଲୋକଙ୍କର ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟିଥିଲା । ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନ ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଦୋଷାରୋପ କରିଥିଲେ ।

Get real time updates directly on you device, subscribe now.