fbpx

EDର ବଡ଼ ଦାବି: CM ଭୂପେଶ ବଘେଲ ମହାଦେବ ବେଟିଂ ଆପର ପ୍ରମୋଟରଙ୍କ ଠାରୁ ୫୦୮ କୋଟି ନେଇଛନ୍ତି

ନୂଆଦିଲ୍ଲୀ: ଚଳିତ ମାସ ୭ ଓ ୧୭ ତାରିଖରେ ଦୁଇଟି ପର୍ଯ୍ୟାୟରେ ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଆସିଛି ଏକ ବଡ଼ ଖବର । ମହାଦେବ ବେଟିଂ ଆପର ପ୍ରମୋଟରଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୫୦୮ କୋଟି ଟଙ୍କା ନେଇଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଏକ ବଡ଼ ଦାବି କରଯାଇଛି ।

ସୂଚନା ମୁତାବକ, ଛତିଶଗଡ଼ରେ ଏକ ସର୍ଚ୍ଚ ଅପରେସନ ଜରିଆରେ ଇଡି ଏହି ବଡ଼ ସଫଳତା ହାସଲ କରିଥିଲା । ଇଡି ୫.୩୯ କୋଟି ନଗଦ ଅର୍ଥ ଜବତ କରିଥିଲା । ମହାଦେବ ବୁକ ଅନଲାଇନ ବେଟିଂ ଆପ ସିଣ୍ଡିକେଟର ଯାଞ୍ଚ ଅବସରରେ କ୍ୟାଶ କୁରିୟର ଅସୀମ ଦାସଙ୍କୁ ପଚରାଉଚରା କରାଯାଇଥିବା ବେଳେ ସେ ‘ବଘେଲ’ଙ୍କ ନାମ ନେଇଥିଲା ।

ଆସନ୍ତା ୭ ଓ ୧୭ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ମହାଦେବ ଆପର ପ୍ରମୋଟରଙ୍କ ଦ୍ୱାରା ଏକ ବଡ଼ଧରଣର ଅର୍ଥ କାରବାର ହୋଇଥିବା ନେଇ ଇଡି ନଭେମ୍ବର ୨ରେ ସୂଚନା ପାଇଥିଲା । ଏନେଇ ଇଡି ପକ୍ଷରୁ ହୋଟେଲ ଟ୍ରାଇଟନ ଓ ଅନ୍ୟ ଏକ ସ୍ଥାନରେ ରେଡ୍ କରାଯାଇଥିଲା । କ୍ଷମତାସୀନ କଂଗ୍ରେସ ପାର୍ଟିର ନିର୍ବାଚନୀ ଖର୍ଚ୍ଚ ପାଇଁ ବହୁମାତ୍ରାରେ ନଗଦ ଅର୍ଥ ପହଞ୍ଚାଇବା ପାଇଁ ଯୋଜନା ହୋଇଥିଲା । ତେବେ ସଂଯୁକ୍ତ ଆରବ ଏମିରେଟ୍ସରୁ ପଠାଯାଇଥିବା ଜଣେ କ୍ୟାଶ କୁରିୟର ଅସୀମଙ୍କୁ ଇଡି ଦ୍ୱାରା ସଫଳତାର ସହିତ ରୋକ ଯାଇଥିଲା ଓ ଗିରଫ କରାଯାଇଥିଲା । ଏହି ଅବସରରେ ଇଡି ମହାଦେବ ମଆପର କିଛି ବେନାମୀ ବ୍ୟାଙ୍କ ଖାତାର ସନ୍ଧାନ ପାଇଥିଲା । ପୂର୍ବରୁ ଇଡି ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୪୫୦ କୋଟିରୁ ଅଧିକ ବେଆଇନ ଅର୍ଥ ଜବତ କରିଥିଲା ।

Get real time updates directly on you device, subscribe now.