fbpx

ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରି ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଡିଶା ଭାସ୍କର; ପାରା ଆଥଲେଟ ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କା ଓ ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ୧.୫ କୋଟି ଟଙ୍କା ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚୀନ୍‌ର ହାଙ୍ଗଝୋଉରେ ସଦ୍ୟ ଶେଷ ହୋଇଥିବା ପାରା ଏସିଆନ୍ ଗେମ୍ସରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଓଡିଶା ତଥା ଦେଶକୁ ଗର୍ବିତ କରିଛନ୍ତି ପ୍ରମୋଦ ଓ ସୌନ୍ଦର୍ଯ୍ୟ ପ୍ରଧାନ । ଯାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ଉଭୟଙ୍କୁ ସମ୍ବର୍ଦ୍ଧନା କରିବା ସହ ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

ତେବେ ଉଭୟଙ୍କ ପ୍ରଦର୍ଶନକୁ ନେଇ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ସେମାନଙ୍କ ପ୍ରଦର୍ଶନରେ ମୁଁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ପ୍ୟାରିସ ପାରା ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ପ୍ରମୋଦ ଭଗତଙ୍କୁ ସମସ୍ତ ସହାୟତା ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ସୌନ୍ଦର୍ଯ୍ୟ ପ୍ରଧାନଙ୍କୁ ମଧ୍ୟ ଆଗକୁ ସରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ସହାୟତା ଓ ପ୍ରୋତ୍ସାହନ ପାଇଁ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ସୂଚନା ଥାଉକି, ଚଳିତ ପାରା ଏସୀୟ କ୍ରୀଡା ବ୍ୟାଡମିଣ୍ଟନରେ ପ୍ରମୋଦ ଭଗତ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ । ଗୋଟିଏ ସ୍ୱର୍ଣ୍ଣ ସହ ତିନିଟି ପଦକ ଜିତିଥିଲେ ଭଗତ। ସେହିପରି ଚେସରେ ସୌନ୍ଦର୍ଯ୍ୟ ପ୍ରଧାନ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଥିଲେ।

Get real time updates directly on you device, subscribe now.