fbpx

ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, କରୋନା ମୁକାବିଲା ପାଇଁ ମିଳିବ ୫କୋଟି ଲେଖାଏଁ

ଭୁବନେଶ୍ୱର, ୨୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ ଆଜି ମଧ୍ୟ ଦୁଇ ଜିଲ୍ଲା ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲାର ସ୍ଥିତି ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା ପରେ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ ସୁନ୍ଦରଗଡ଼ ଓ ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫କୋଟି ଟଙ୍କା ଲେଖାଏଁ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ପଶ୍ଚିମଓଡ଼ିଶା ପାଇଁ ରାଉରକେଲା ଆଇଜିଏଚରେ ପ୍ଲାଜମା ଥେରାପି ହେବ । ରାଉରକେଲାରେ କୋଭିଡ଼ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ୧୭୦୦କୁ ବୃଦ୍ଧି କରାଯିବ । ଏବେ ରାଉରକେଲାରେ ୭୦୦ କୋଭିଡ଼ କେୟାର ଶଯ୍ୟା ଅଛି । ସହରର ବସ୍ତି ଓ ଜନଗହଳି ସ୍ଥାନରେ କରୋନା ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ । ଯାଜପୁର ଜିଲ୍ଲାରେ ମଧ୍ୟ ଆଉ ୨୫୦ କୋଭିଡ଼ ଶଯ୍ୟା ବଢ଼ାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.