fbpx

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖାର ଜଳସ୍ତର, ବନ୍ୟାସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବାଲେଶ୍ୱର: ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବାଲେଶ୍ୱରର ୩ଟି ବ୍ଲକରେ ବନ୍ୟା ସ୍ଥିତି ଦେଖାଦେଇଛି । ବାଲିଆପାଳ, ଜଳେଶ୍ୱର ଏବଂ ଭୋଗରାଇରେ ବନ୍ୟା ସ୍ଥିତି ଯୋଗୁ ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଆଜି ପୂର୍ଣ୍ଣିମା ଯୋଗୁ ଜଳ ନିଷ୍କାସନ ହୋଇପାରୁନଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ସାମଲ ।
ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା ଓ ଜଳକା ପ୍ରବାହିତ ହେଉଛି । ଏଥିମଧ୍ୟରେ ବାଲେଶ୍ୱରରେ ଆକାଶମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Get real time updates directly on you device, subscribe now.