fbpx

ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ ।୧(ଓଡିଶା ଭାସ୍କର): ଗଞ୍ଜାମ ତପ୍ତପାଣି ଘାଟିରେ ବସ୍ ଓଲଟି ୮ ଜଣଙ୍କର ମୃତୁ ହୋଇଥିବା ବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମୁଖ୍ୟମନ୍ତ୍ରୀ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଯାତ୍ରୀବାହୀ ବସଟି ରାୟଗଡରୁ ବ୍ରହ୍ମପୁରକୁ ଆସୁଥିଲା । କୁହୁଡି ସହ ବସ୍ ବ୍ରେକ୍ ଫେଲ ଯୋଗୁଁ ବସଟି ଘାଟିକୁ ଖସିପଡିଥିଲା । ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ୨୫ ଫୁଟ ତଳକୁ ବସଟି ଖସିପଡିଥିଲା ।

Get real time updates directly on you device, subscribe now.