fbpx

ବିମଷ୍ଟେକ୍ ଡିଏମଇଏକ୍ସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର): ୨ୟ ବିମଷ୍ଟେକ୍ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ଆଜି ଉଦଘାଟିତ ହୋଇଯାଇଛି । ବିମଷ୍ଟେକ୍ ଡିଏମଇଏକ୍ସକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘୧୮୯୧ ମସିହାରୁ ଆଜି ଯାଏଁ ୧୦୦ ବାତ୍ୟା ସମ୍ମୁଖୀନ ହୋଇଛି ଓଡିଶା । ୧୯୯୯ ମସିହା ବାତ୍ୟା ପରେ ଆମେ ଅଧିକ ସତର୍କ ହୋଇଛୁ । ଏବେ ବିପର୍ଯ୍ୟୟ ପରିଚାଳନାରେ ଅନ୍ୟ ରାଜ୍ୟଠାରୁ ଓଡିଶା ଆଗରେ ରହିଛି । ଓଡିଶାରେ ବିପର୍ଯ୍ୟୟ ପରିଚାଳନା ପାଇଁ ସ୍ୱତନ୍ତ୍ର ଫୋର୍ସ ରହିଛି ।’

ତେବେ ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଜିରୋ କାଜୁଆଲିଟି ପାଇଁ ବିପର୍ଯ୍ୟୟ ପୂର୍ବାନୁମାନ କରାଯିବା ସହ ଏହାର ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି । ବିପର୍ଯ୍ୟୟ ଠାରୁ ଓଡିଶା ଐତିହ୍ୟକୁ ରକ୍ଷା କରିବା ଉପରେ ଆମେ ଧ୍ୟାନ ଦେଇଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.